Home > ସଂମ୍ପୂର୍ଣ୍ଣ ଖବର
ଅଯୋଧ୍ୟାର ଐତିହାସିକ ରାୟ: ସୋମନାଥ ମନ୍ଦିର ଆଧାରରେ ହେବ ଅଯୋଧ୍ୟାରେ ରାମ ମନ୍ଦିର
Khabar Odisha:National-news-Ram-Temple-Will-Be-Built-In-Ayodhya-On-The-Lines-Of-Somnath-Temple
ନୂଆଦିଲ୍ଲୀ, ନଭେମ୍ଵର ୦୯ (ଖବର ଓଡିଶା) :

ବହୁ ପ୍ରତୀକ୍ଷକ ଅଯୋଧ୍ୟା ବିବାଦ ଉପରେ ଶନିବାର ଦିନ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି । ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ତିନି ମାସ ଭିତରେ ମନ୍ଦିର ନିର୍ମାଣ କରିବା ପାଇଁ ଟ୍ରଷ୍ଟ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଯୋଧ୍ୟାରେ ମନ୍ଦିର ନିର୍ମାଣ ଅବିକଳ ଗୁଜରାଟର ସୋମନାଥ ମନ୍ଦିରର ଅଧାରରେ ହେବ । ସୋମନାଥ ମନ୍ଦିର ପାଇଁ ମଧ୍ୟ କେନ୍ଦ୍ର ସରକାର ଟ୍ରଷ୍ଟ ଗଠନ କରିଥିଲେ । 

ସରଦାର ବଲ୍ଲଭଭାଇ ପଟେଲ ସୋମନାଥ ମନ୍ଦିରର ପୁଣି ଥରେ ନିର୍ମାଣ କରିଥିଲେ । ସେହି ସମୟରେ ତତ୍କାଳୀନ ରାଷ୍ଟ୍ରପତି ଡାକ୍ତର ରାଜେନ୍ଦ୍ର ପ୍ରସାଦ ମଧ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଥିଲେ । ଡିସେମ୍ୱର 1, 1995 ମସିହାରେ ଭାରତ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । 

ସୋମନାଥ ମନ୍ଦିରକୁ 12 ଜ୍ୟୋତିଲିଙ୍ଗଙ୍କ ମଧ୍ୟରୁ ପ୍ରଥମ ଭାବେ ଜଣାଯାଉଛି । ଆରବ ଯାତ୍ରୀ ଅଲ ବରୁନୀ ନିଜର ଯାତ୍ରାର ବୃତାନ୍ତରେ ଏହାର ବିବରଣୀ ଲେଖିଥିଲେ । ଏଥିରେ ପ୍ରଭାବିତ ହୋଇ ମହମୁଦ ଗଜନୀ 1025ରେ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରି, ମନ୍ଦିର ସବୁ ସମ୍ପତ୍ତି ଲୁଟି ନେଇଥିଲା । 

ଏହାପରେ ଗୁଜରାଟର ରାଜା ଭୀମ ଏବଂ ମାମୱାର ରାଜା ଭୋଜ ଏହା ପୁନର୍ନିମାଣ କରାଇଥିଲେ । 1297ରେ ଦିଲ୍ଲୀ ସୁଲତାନ ଗୁଜୁରାଟ ଉପରେ ଅଧିକାର ସାବ୍ୟସ୍ଥ କରିବା ପରେ ଏହାକୁ ନଷ୍ଟ କରିଥିଲା । ସୋମନାଥ ମନ୍ଦିର ପୁନର୍ନିମାଣ ଏବଂ ବିନାଶର ଧାରା ଜାରି ରହିଥିଲା ।