Home > ସଂମ୍ପୂର୍ଣ୍ଣ ଖବର
ରାଫେଲ ପୂଜାକୁ ନେଇ ଦୁଇ ଫାଳ କଂଗ୍ରେସ, ମଲ୍ଲିକାର୍ଜୁନଙ୍କ ଦେଖାଣିଆକୁ ନିରୁପନଙ୍କ ଜବାବ- “ଖଡଗେ ନାସ୍ତିକ”
Khabar Odisha:National-news-Sanjay-Nirupam-Said-Mallikarjun-Khadge-Is-An-Atheist
ନୂଆଦିଲ୍ଲୀ,ଅକ୍ଟୋବର ୦୯(ଖବର ଓଡ଼ିଶା):

ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳର ନେତାମାନଙ୍କ ମଧ୍ୟରେ ବାକ ଯୁଦ୍ଧ ଜାରି ରହିଛି । ବିଜୟା ଦଶମୀରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଫ୍ରାନ୍ସରେ ରାଫେଲର ପୂଜା କରିବା ଉପରେ ପ୍ରଶ୍ନ ଉଠାଇଥିବା କଂଗ୍ରେସ ନେତା ଏବେ ନିଜ ଦଳରେ ହିଁ ବିରୋଧର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ରାଫେଲ ପୂଜାକୁ ଦେଖାଣିଆ କହିବା ଉପରେ କଂଗ୍ରେସର ବିଦ୍ରୋହୀ ନେତା ସଞ୍ଜୟ ନିରୁପମ ତାଙ୍କୁ ନାସ୍ତିକ ବୋଲି କହିଛନ୍ତି । ନିରୁପମ ଗୋଟିଏ ଦିନ ପୂର୍ବେ ଖଡଗେଙ୍କ ଅଲୋଚନା କରି ନିଜ ଟ୍ୱିଟରରେ ଲେଖିଥିଲେ ଯେ ଏପରି ରଣନୀତିକାର କଂଗ୍ରେସକୁ ବୁଡେଇ ଦେବେ । 

ଖଡଗେଙ୍କ ବୟାନ ଉପରେ କଂଗ୍ରେସର ନିରୁପମ କହିଛନ୍ତି, ଶସ୍ତ୍ର ପୂଜା କରିବାକୁ ଦେଖାଣିଆ କୁହାଯାଇ ପାରିବନି । ଶସ୍ତ୍ର ପୂଜା କରିବା ପୁରୁଣା ପରମ୍ପରାର ଅଂଶ । ସମସ୍ୟା ଏହା ଯେ ମଲ୍ଲିକାର୍ଜୁନ ଖଡଗେ ନାସ୍ତିକ ଅଟନ୍ତି, କିନ୍ତୁ କଂଗ୍ରେସରେ ସମସ୍ତେ ନାସ୍ତିକ ନୁହଁନ୍ତି ।

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ରକ୍ଷା ମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତ ଉପରେ ପ୍ରଶ୍ନ ଉଠାଇ ସେଠାରେ ରାଫେଲର ପୂଜାକୁ ଲୋକ ଦେଖାଣିଆ ବୋଲି କହିଥିଲେ । କଂଗ୍ରେସ ନେତା କହିଥିଲେ, “ଏହିପରି ଦେଖାଣିଆର କିଛି ଆବଶ୍ୟକତା ନଥିଲା । ଯେତେବେଳେ ଆମେ ବୋଫୋର୍ସ କିଣିଥିଲୁ, ସେହି ସମୟରେ ଦେଖେଇବା ପାଇଁ କେହି ସେଠାକୁ ଆଣିବାକୁ ଯାଇ ନଥିଲେ” ।