Home > ସଂମ୍ପୂର୍ଣ୍ଣ ଖବର
ଦିନ ଦ୍ୱିପହରରେ ସାମ୍ୱାଦିକ ଏବଂ ତାଙ୍କ ଭାଇଙ୍କୁ ଗୁଳିକରି ହତ୍ୟା, ଅଭିଯୁକ୍ତ ଫେରାର
Khabar Odisha:National-news-Two-Brothers-Shot-Dead-In-Land-Dispute-In-Saharanpur-In-Daytime
ସାହାରନପୁର,ଅଗଷ୍ଟ ୧୮ (ଖବର ଓଡିଶା) :

ରବିବାର ଦିନ ସକାଳେ ଉତ୍ତର ପ୍ରଦେଶର ସାହାରନପୁର ଜିଲ୍ଲାରେ ଦିନ ଦ୍ୱିପହରରେ ଦୁଇ ଦୁଇଟି ହତ୍ୟାକାଣ୍ଡ ହୋଇଛି । ଘଟଣାଟି କୋଲବାଲୀ ଅଞ୍ଚଳରେ ଏକ ସାମାନ୍ୟ ବିବାଦକୁ ନେଇ ଦୁଇ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଛି । 

ଅନ୍ୟପେଟ ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତିମାନେ ଫେରାର ହୋଇଛନ୍ତି । ଘଟଣାସ୍ଥଳରେ ଭାରି ମାତ୍ରାରେ ସୁରାକ୍ଷାକର୍ମୀ ନିୟୋଜିତ କରାଯାଇଛି । ମୃତକଙ୍କ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ । 

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର କୋତବାଲୀ ଅଞ୍ଚଳରେ ଗଢୀ ମଲୂକର ବାସିନ୍ଦା ଆଶୀଷ ଏବଂ ତାଙ୍କ ଭାଇଙ୍କର ଗାଁର କିଛି ଲୋକଙ୍କ ସହ ଜମିକୁ ବିବାଦ ରହିଥିଲା । ଏହାକୁ କେନ୍ଦ୍ରକରି ରବିବାର ଦିନ ଦୁଇ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଛି । 

ଏହି ଘଟଣା ପରେ ସାରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତତ୍କାଳ ଭାବେ ଦୁଇ ଭାଇଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଘଟଣାରେ ସମ୍ପୃକ୍ତ ଥିବା ଫେରାର ଅଭିଯୁକ୍ତଙ୍କୁ ପୁଲିସ ଅନେକ ସମୟ ଧରି ଖୋଜିଥିଲା କିନ୍ତୁ କିଛି ସୁରାଗ ପାଇ ପାରି ନଥିଲା । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତ ସାମ୍ୱାଦିକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ମୃତଙ୍କ ପରିଜନଙ୍କୁ 5-5 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି