Home > ସଂମ୍ପୂର୍ଣ୍ଣ ଖବର
ଉଦ୍ଧବ ଠାକରେଙ୍କ ରୋକ ଠୋକ, ମୁଖ୍ୟମନ୍ତ୍ରୀ ଆମର ହିଁ ହେବ, ବିଜେପି ସହ ନହେଲେ ଆଉ କାହା ସହ
Khabar Odisha:National-news-Uddhav-Thackeray-Take-On-Devendra-Fadnavis-Says-Will-Not-Compromise-On-Cm-Post
ନୂଆଦିଲ୍ଲୀ,ନଭେମ୍ବର ୦୮(ଖବର ଓଡିଶା):

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଫଡନାବିସ ଶିବସେନା ଏବଂ ତାଙ୍କ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ କଡା ସମାଲୋଚନା କରିଥିଲେ, ଯାହା ଉପରେ ଠାକରେ ପାଲଟା ଆକ୍ରମଣ କରିଛନ୍ତି । ମୁମ୍ୱାଇରେ ସେନା ଭବନରେ ସାମ୍ୱାଦିକ ସମ୍ମିଳନୀ ଡକାଇ ଶିବସେନା ମୁଖ୍ୟ ସ୍ପଷ୍ଟ ସଂକେତ ଦେଇଛନ୍ତି ଯେ ସରକାର ଗଠନ କରିବା ପାଇଁ ଶିବସେନା ଅନ୍ୟ ବିକଳ୍ପକୁ ନେଇ ଗମ୍ଭୀର ରହିଛି । ବିଜେପିକୁ ମିଛୁଆ କହି ଠାକରେ କହିଛନ୍ତି, ସେ ନିଜ ବାପା ବାଲା ସାହେବ ଠାକରେଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଗୋଟିଏ ଦିନ ଶିବସେନାର ମୁଖ୍ୟମନ୍ତ୍ରୀ ହେବ ଏବଂ ଆମେ ଆମ ପ୍ରତିଶ୍ରୁତି ପାଳନ କରିବୁ । ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆମକୁ ନାଁ ଅମିତ ଶାହା ନା ବିଜେପିର ଆଶୀର୍ବାଦ ଦରକାର । ସେ ଏହାମଧ୍ୟ କହିଛନ୍ତି ଯେ ବିଜେପି ମିଛ କହୁଛି ଏବଂ ତାର ମିଛ କାରଣରୁ ହିଁ ସେ ତାଙ୍କ ସହ ସରକାର ଗଠନକୁ ନେଇ କଥାବର୍ତ୍ତା ବନ୍ଦ କରିଥିଲେ । ସରକାର ଗଠନ ଉପରେ ବିଜେପି ଉପରେ ସବୁ ଛାଡି ଶିବସେନା ମୁଖ୍ୟ କହିଛନ୍ତି ଯେ, ଏବେ ଏହା ବିଜେପି ଉପରେ ଯେ ମେଣ୍ଟର ସରକାର ହେବ କି ନାହିଁ । 

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଫଡନାବିସ କହିଥିଲେ ଯେ ଉଦ୍ଧବ ଠାକରେ ତାଙ୍କ ଫୋନ ଉଠାଉ ନାହାନ୍ତି । ଏହାସହ ସେ ଅଭିଯୋଗ କରିଥିଲେ ଯେ ସହଯୋଗୀ ହେବା ପରେ ମଧ୍ୟ ଶିବସେନା ପ୍ରାଧନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରୁଥିଲା କିନ୍ତୁ ବିଜେପି ଚୁପ ରହିଥିଲା । ଏହି ଅଭିଯୋଗ ଉପରେ ଠାକରେ କହିଛନ୍ତି, ବିଜେପିକୁ ପ୍ରମାଣିତ କରିବା ଦରକାର ଯେ ମୁଁ କେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଥିଲି । ସେ କହିଛନ୍ତି ଯେ, ସେ କେବେ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା କରି ନାହାନ୍ତି, ବ୍ୟକ୍ତିଗତ ଆଲୋଚନା କରି ନାହିଁ । ପିଏମ ମୋଜୀ ତାଙ୍କୁ ଛୋଟ ଭାଇ କହିଥିଲେ କିନ୍ତୁ ଆଜି ବିଜେପି ପକ୍ଷରୁ ଯେଉଁ କମେଣ୍ଟ ଆସୁଛି ତାହା ବଡ ଭାଇ ପରି ନୁହେଁ । 

ଶିବସେନା ମୁଖ୍ୟ ମୋଦୀ ସରକାର ଉପରେ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ନକରିବାର ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଆରଏସଏସ ଏବଂ ଶିବସେନା ସବୁବେଳେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଦାବି କରି ଆସୁଛି କିନ୍ତୁ ବିଜେପି ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି । ଠାକେର କହିଛନ୍ତି, “ 2019 ଲୋକସଭା ନିର୍ବାଚନ ପରେ ଅମିତ ଶାହା ପଚାରିଥିଲେ ଆପଣଙ୍କୁ କେଉଁ ମନ୍ତ୍ରାଳୟ ଦରକାର...ମୁଁ କହିଥିଲି କୌଣସି ଗୋଟିଏ ଭଲ ଦେଇଦେବେ...ଯେଉଁଥିରେ କାମ ହେଉଥିବ...କିନ୍ତୁ ଏହା ହୋଇ ନଥିଲା” ।