Home > ସଂମ୍ପୂର୍ଣ୍ଣ ଖବର
କାଶ୍ମୀର ମାମଲାରେ ନିଜ ମତ ସ୍ପଷ୍ଟ କଲା ଜାତିସଂଘ, "ଏହା ଦ୍ୱିପାକ୍ଷିକ ମାମଲା, ପାକ ଅପିଲ ଗ୍ରହଣଯୋଗ୍ୟ ନୁହେଁ"
Khabar Odisha:National-news-United-Nations-Rejects-Pakistan-Mediation-Request-Says-Our-Position-On-Mediation-Remained-The-Same
ନୂଆଦିଲ୍ଲୀ.ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

କାଶ୍ମୀର ପ୍ରସଙ୍ଗରେ ବାରମ୍ୱାର ନିରାଶ ହେଉଥିବା ହତାସ ପାକିସ୍ତାନକୁ ପୁଣିଥରେ ଜାତିସଂଘରୁ ଝଟକା ଲାଗିଛି । କାଶ୍ମୀରରେ ମଧ୍ୟସ୍ଥଚା ପ୍ରସଙ୍ଗରେ ଜାତିସଂଘ ସ୍ପଷ୍ଟ କରିଛି ଯେ ପାକିସ୍ତାନର ଆବେଦନକୁ ସ୍ୱିକାର କରାଯାଇ ପାରିବନି । ୟୁଏନ ମହାସଚିବଙ୍କ ମୁଖପାତ୍ରଙ୍କ ଦ୍ୱାରା ଜାରି ହୋଇଥିବା ବୟାନରେ ସ୍ପଷ୍ଟ କରାଯାଇଛି ଯେ ଦୁଇ ଦେଶ ପରସ୍ପର ମଧ୍ୟରେ ଆଲୋଚନା କରି ଏହି ପ୍ରସଙ୍ଗର ସମାଧାନ କରିବା ଦରକାର । 

ସୂଚନାଯୋଗ୍ୟ ଯେ କାଶ୍ମୀର ପ୍ରସଙ୍ଗରେ ଜାତିସଂଘ ଏବଂ ଆମେରିକା ଆଗରେ ମଧ୍ୟସ୍ଥତା ପାଇଁ ନିବେଦନ କରି ସରାଥିବା ପାକିସ୍ତାନକୁ ଜାତିସଂଘ ଏବେ ସିଧା ସିଧା ଜବାବ ଦେଇଛନ୍ତି । ୟୁଏନ ଜେନେରାଲ ସେକ୍ରେଟରୀଙ୍କ ପ୍ରବକ୍ତା ଷ୍ଟିଫନ ଦୁଜାରିକ କହିଛନ୍ତି ଯେ, “ମଧ୍ୟସ୍ଥତା ଉପରେ ଆମର ସ୍ଥିତି ପୂର୍ବପରି ରହିଛି, ସେଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ମହାସଚିବ ଦୁଇ ଦେଶର ସରକାରଙ୍କ ସହ ଆଲୋଚନା କରିଛନ୍ତି । ଜୀ-7ର ବୈଠକରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ସମୟରେ ଏହା ଉପରେ ଚର୍ଚ୍ଚା ହୋଇଥିଲା ଏବଂ ପାକିସ୍ତାନର ବିଦେଶ ମନ୍ତ୍ରୀଙ୍କ ସହ ଏହା ଉପରେ ଆଲୋଚନା ହୋଇଛି” । ଏଠାରେ କହି ରଖୁଛୁ ଯେ ଅନ୍ୟ ଦେଶ ପରି ଜାତିସଂଘ ମଧ୍ୟ କାଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ପୂର୍ବରୁ କହି ସାରିଛି । ଭାରତ ସବୁବେଳେ ମଧ୍ୟସ୍ଥତାର ସମ୍ଭାବନାକୁ ମନା କରି ଆସୁଛି ।