Home > ସଂମ୍ପୂର୍ଣ୍ଣ ଖବର
ଉତ୍ତରାଖଣ୍ଡ: ତିଆରି ହେବ କଠୋର ଆଇନ, ବେନାମୀ ସମ୍ପତ୍ତିରେ ହେବ ସ୍କୁଲ, ହସ୍ପିଟାଲ
Khabar Odisha:National-news-Uttarakhand-Government-Will-Soon-Make-A-Law-On-Benami-Property-Says-Cm-Rawat
ନୂଆଦିଲ୍ଲୀ,ଜୁଲାଇ ୨୧ (ଖବର ଓଡିଶା)

ଉତ୍ତରାଖଣ୍ଡ ସରକାର ଖୁବଶୀଘ୍ର ବେନାମୀ ସମ୍ପତ୍ତି ଜବତ କରିବା ପାଇଁ କଠୋର ଆଇନ ପ୍ରଣୟନ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂହ ରାୱତ ରବିବାର ଦିନ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅତିଶୀଘ୍ର ବେନାମୀ ସମ୍ପତ୍ତି ଉପରେ ଆଇନ ପ୍ରଣୟନ କରି ସବୁ ବେନାମୀ ସମ୍ପତ୍ତିକୁ ଜବତ କରାଯିବ । ଜବତ କରାଯାଇଥିବା ବେନାମୀ ସମ୍ପତ୍ତିର ବ୍ୟବହାର ସ୍କୁଲ, ହସ୍ପିଟାଲ ପରି ଜନହିତ କାର୍ଯ୍ୟରେ କରାଯିବ । 

2006 ମସିହାରେ କେନ୍ଦ୍ର ସରକାର ବେନାମୀ ନେଣଦେଣ (ବିରୋଧ) ସଂସୋଧନ ଆଇନ ତିଆରି କରିଥିଲେ ଯାହା ଦ୍ୱାରା ବେନାମୀ ନେଣଦେଣ ଆଇନ 1988ରେ ସଂସୋଧନ କରି ଏହାକୁ ଅଧିକ ଶକ୍ତ କରାଯାଇଥିଲା । ଏହି ଆଇନ ଅନୁସାରେ ବେନାମୀ ନେଣଦେଣ ଏବଂ ବେନାମୀ ସମ୍ପତ୍ତିକୁ ଜବତ କରାଯାଇ ପାରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଭ୍ରଷ୍ଟାଚାର ବିରୋଧରେ ଆମ ସମସ୍ତଙ୍କୁ ଧର୍ମଯୁଦ୍ଧ ପରି ଲଢିବାକୁ ପଡିବ । କୌଣସି ପ୍ରକାର ଭ୍ରଷ୍ଟାଚାରକୁ ପ୍ରସୟ ଦିଆଯିବନି କି ଗ୍ରହଣ କରାଯିବନି । ଆମେ ସବୁଚେଷ୍ଟା କରି ଆସୁଛି ଯେ ଆମ ସରକାର ବିକାଶ ଏବଂ ଭ୍ରଷ୍ଟାଚାର ମୁକ୍ତ ସରକାର ହେଉ । ଆଜି ଏହି ଦିଗରେ ଆମେ ଅନେକ କାମ କରି ଚାଲିଛୁ. ଆଜି ପୂର୍ଣ୍ଣ ବିଶ୍ୱାସର ସହ କହୁଛୁ ଯେ ଆମ ସରକାର ସମ୍ପୂର୍ଣ୍ଣ ଭ୍ରଷ୍ଟାଚାର ମୁକ୍ତ ସରକାର ।