Home > ସଂମ୍ପୂର୍ଣ୍ଣ ଖବର
ରାୟ ଆମ ଆଶାନୁରୂପ ନୁହେଁ, ପୁନର୍ବିଚାର ଯାଚିକା ଉପରେ ବିଚାର କରିବୁ: ମୁସଲିମ ପକ୍ଷକାର ଜିଲାନୀ
Khabar Odisha:National-news-Zafaryab-Jilani-All-India-Muslim-Personal-Law-Board-Respect-the-verdict-but-the-judgement-is-not-satisfactory
ନୂଆଦିଲ୍ଲୀ, ନଭେମ୍ଵର ୦୯ (ଖବର ଓଡିଶା) :

ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ଦିନ ଐତିହାସିକ ରାୟ ଶୁଣାଣିଛନ୍ତି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷାତରେ ଗଠିତ ପାଞ୍ଚ ଜଣିଆ ସାମ୍ୱିଧାନିକ ଖଣ୍ଡପୀଠ ନିଜର ରାୟରେ କହିଛନ୍ତି ଯେ ବିବାଦୀୟ ଭୂମି ରାମଲଲା ବିରାଜମାନଙ୍କୁ ଦିଆଯାଇଛି । ଏହାସହ ସେ ସୁନ୍ନୀ ୱାକଫ ବୋର୍ଡକୁ ଅଯୋଧ୍ୟାରେ ହିଁ ଅନ୍ୟତ୍ର ସ୍ଥାନରେ ପାଞ୍ଚ ଏକରର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଉପରେ ସୁନ୍ନୀ ୱାକଫ ବୋର୍ଡର ପକ୍ଷକାର ଜଫରୟାବ ଜିଲାନୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ମୁସଲିମ ପକ୍ଷକାର କହିଛନ୍ତି, ଆମେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛୁ । କିନ୍ତୁ ଆମେ ଏଥିରେ ସନ୍ତୁଷ୍ଟ ନାହୁଁ, ଏହା ଉପରେ ଆମେ ବିଚାର କରିବୁ ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମୁସଲମାନ ପକ୍ଷକାର ଜଫରୟାବ ଜିଲାନୀ କହିଛନ୍ତି," ଆମେ ସୁପ୍ରିମତକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି । ମୁସଲିମ ପକ୍ଷ ତରଫରୁ ପ୍ରତିକ୍ରିୟା ଦେଇ ଜିଲାନୀ କହିଛନ୍ତି ନିଷ୍ପତ୍ତି ପରେ ଶାନ୍ତି ଏବଂ ଆଇନ ବ୍ୟବସ୍ଥା ସ୍ଥିର ରହୁ । ଏହା କାହାର ବିଜୟ କିମ୍ୱା ପରାଜୟ ନୁହେଁ । ଆମେ ଆଗାମୀ କାର୍ଯ୍ୟାନୁଷ୍ଠାନ ଉପରେ ନିଷ୍ପତ୍ତି ଗ୍ରହଣ କରିବୁ । ଯଦିଓ ନିଷ୍ପତ୍ତି ଆମର ଆଶା ଅନୁରୁପ ରହି ନାହିଁ । ଏହାସହ ସେ କହିଛନ୍ତି, ଅଲ ଇଣ୍ଡିଆ ମୁସଲିମ ପର୍ସନଲ ଲ’ ବୋର୍ଡର କାର୍ଯ୍ୟକାରୀ ବୋର୍ଡର ପରେ ନିଷ୍ପତ୍ତି ଗ୍ରହଣ କରାଯିବ ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର ଯାଚିକା ଦାଖଲ କରାଯିବ କି ନାହିଁ । ବର୍ତ୍ତମାନ ସମୟର ଆଧାରରେ ମୁଁ ଅନୁଭବ କରୁଛି ଯେ ପୁନର୍ବିଚାର ଯାଚିକା ଦାଖଲ କରାଯିବା ଦରକାର" । 

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ମୁସଲମାନ ପକ୍ଷର ଆଇନଜୀବୀ ଜଫରୟାବ ଜିଲାନୀ କହିଛନ୍ତି," ଆମକୁ ସମାନତା ମିଳିନାହିଁ ଏବଂ  ନ୍ୟାୟ ମିଳିନାହିଁ । ନିଷ୍ପତ୍ତି ଉପରେ ଅସହମତି ପ୍ରକାଶ କରିବା ଆମର ଅଧିକାର । ସୁପ୍ରିମକୋର୍ଟ ମଧ୍ୟ ବେଳେବେଳେ ଭୁଲ ହୋଇପାରେ । କୋର୍ଟ ପୂର୍ବରୁ ମଧ୍ୟ ନିଜର ନିଷ୍ପତ୍ତି ଉପରେ ପୁନର୍ବିଚାର କରିଛନ୍ତି, ଯଦି ଆମର କାର୍ଯ୍ୟକାରୀ କମିଟି ନିଷ୍ପତ୍ତି ନିଏ ତେବେ ଆମେ ପୁନର୍ବିଚାର ପାଇଁ ଯାଚିକା ଦାଖଲ କରିବୁ" ।