Home > ସଂମ୍ପୂର୍ଣ୍ଣ ଖବର
୪୫ ମିନିଟ ବିଳମ୍ୱରେ ପହଞ୍ଚିଲା ଆମ୍ୱୁଲାନ୍ସ, ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ସମ୍ପର୍କୀୟ ଭାଇଙ୍କ ଦେହାନ୍ତ !
Khabar Odisha:National-news-cm-vijay-rupani-cousin-dies-to-due-to-ambulance-late-service
ଗାନ୍ଧୀନଗର, ଅକ୍ଟୋବର ୦୯(ଖବର ଓଡ଼ିଶା):

ଗୁଜରାଟର ରାଜକୋଟରେ ଆମ୍ୱୁଲାନ୍ସ ସେବା 108ର ଅବ୍ୟବସ୍ଥାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ସମ୍ପର୍କୀୟ ମଧ୍ୟ ଆମ୍ୱୁଲାନ୍ସ ସେବାର ଅବ୍ୟବସ୍ଥାର ଶିକାର ହୋଇଛନ୍ତି । ବିଜୟ ରୁପାଣୀଙ୍କ ସମ୍ପର୍କୀୟ ଭାଇଙ୍କ ପରିବାର 108 ସେବା ମଧ୍ୟମରେ ଆମ୍ୱୁଲାନ୍ସ ସାହାଯ୍ୟ ମାଗିଥିଲେ କିନ୍ତୁ ଆମ୍ୱୁଲାନ୍ସ 45 ମିନିଟ ବିଳମ୍ୱରେ ପହଞ୍ଚିଥିଲା । ଏହି କାରଣରୁ ରୁପାଣୀଙ୍କ ମାଉସୀ ପୁଅ ଭାଇଙ୍କ ମୃତ୍ୟୁ ହୋଇଥିଲା । ଆମ୍ୱୁଲାନ୍ସ ପହଞ୍ଚିବାରେ ବିଳମ୍ୱ ହେବା କାରଣରୁ ମୁଖ୍ୟମନ୍ତ୍ରୀ ରୁପାଣୀଙ୍କ ଭାଇ ଅନିଲ ସଂଘଭୀଙ୍କୁ ସଠିକ ସମୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ପାରି ନଥିଲା ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ଅକ୍ଟୋବର 4 ତାରିଖରେ ସୌରାଷ୍ଟ୍ର କଳା କେନ୍ଦ୍ର ଇଶ୍ୱରିୟା ନିକଟରେ ବାସ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ଭାଇ ଅନିଲ ସଂଘଭୀଙ୍କୁ ନିଶ୍ୱାସ ଦେବାରେ କଷ୍ଟ ହୋଇଥିଲ । ଏହାପରେ ପରିବାର ଲୋକେ 108 ଆମ୍ୱୁଲାନ୍ସ ସେବାକୁ ଫୋନ କରି ସାହାଯ୍ୟ ମାଗିଥିଲେ । ବାରମ୍ୱାର ଫୋନ କରିବା ପରେ ମଧ୍ୟ ଆମ୍ୱାଲାନ୍ସ 45 ମିନିଟ ବିଳମ୍ୱରେ ପହଞ୍ଚିଥିଲା । ହାସ୍ପିଟାଲ ଯିବା ବାଟରେ ଅନିଲଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଆମ୍ୱୁଲାନ୍ସ ବିଳମ୍ୱରେ ପହଞ୍ଚିବାକୁ ନେଇ ଜିଲ୍ଲାପାଳ ସ୍ତରୀୟ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ।