Home > ସଂମ୍ପୂର୍ଣ୍ଣ ଖବର
BSNL: ଭିଆରଏସ ପାଇଁ 3 ଦିନରେ 40 ହଜାର କର୍ମଚାରୀ କଲେ ଆବେଦନ
Khabar Odisha:National-news-more-than-40-thousand-employees-opt-for-vrs-in-bsnl-and-mtnl
ନୂଆଦିଲ୍ଲୀ,ନଭେମ୍ବର ୦୮(ଖବର ଓଡିଶା):

ସରକାରୀ ଦୂର ସଂଚାର କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡର ପ୍ରାୟ 40 ହଜାର କର୍ମଚାରୀ ଭିଆରଏସ ପାଇଁ ଆବେଦନ କରିଛନ୍ତି ।  ବିଏସଏନଏଲକୁ ନିଜ କର୍ମଚାରୀଙ୍କ ତରଫରୁ ମାତ୍ର ତିନି ଦିନ ମଧ୍ୟରେ ଏତେ ପରିମାଣର ଆବେଦନ ମିଳିଛି । ଶୁକ୍ରବାର ଦିନ ବିଏସଏନଏଲର ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ବିଏସଏନଏଲର ଚେୟାରମ୍ୟାନ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ପି କେ ପୁରବର କହିଛନ୍ତି, ଆମେ ଲକ୍ଷ୍ୟ ରଖିଛୁ ଯେ କମ୍ପାନୀର 77,000 କର୍ମଚାରୀ ଭିଆରଏସ ପାଇଁ ଆବେଦନ କରିବେ, ବର୍ତ୍ତମାନ ସମୟରେ ବିଏସଏନଏଲରେ 1.5 ଲକ୍ଷରୁ ଅଧିକ କର୍ମଚାରୀ କାମ କରୁଛନ୍ତି, ଯେଉଁଥିରୁ ପ୍ରାୟ ଏକ ଲକ୍ଷ କର୍ମଚାରୀ ଭିଆରଏସ ପାଇଁ ଯୋଗ୍ୟ ଅଛନ୍ତି । 

କେନ୍ଦ୍ର ସରକାର ନଭେମ୍ୱର 5 ତାରିଖରୁ ଏହି ସ୍କିମର ଶୁଭାରମ୍ଭ କରିଥିଲେ, ଯେଉଁଥିରେ କର୍ମଚାରୀମନେ ସ୍ୱେଚ୍ଛାକୃତ ଭାବେ ଭିଆରଏସ ପାଇଁ ଆବେଦନ କରିପାରିବେ । ବିଏସଏନଏଲର କର୍ମଚାରୀ ଡିସେମ୍ୱର 3 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏହି ସ୍କିମ ଅନୁସାରେ ବିଏସଏନଏଲର ସ୍ଥାୟୀ କର୍ମଚାରୀ ଭିଆରଏସ ପାଇଁ ଆବେଦନ କରିପାରିବେ । ଆବେଦନ କରୁଥିବା କର୍ମଚାରୀଙ୍କ ବୟସ 50 ବର୍ଷରୁ ଅଧିକ ହେବା ଦରକାର । 

ଉଲ୍ଲେଖଯୋଗ୍ୟ ଯେ ଗତ ମାସରେ କେନ୍ଦ୍ର ସରକାର ବିଏସଏନଏଲ ଏବଂ ଏମଟିଏନଏଲକୁ 69 ହଜାର କୋଟି ଟଙ୍କାର ପୁର୍ନଉଦ୍ଧାର ପ୍ୟାକେଦ ଦେବା ନେଇ ଘୋଷଣା କରିଥିଲେ । ଏଥିରେ ସମ୍ପତ୍ତି ବିକ୍ରି କରି ଟଙ୍କା ଏକାଠି କରି କର୍ମଚାରୀଙ୍କୁ ଭିଆରଏସ ଦେବା ମଧ୍ୟ ସାମିଲ ରହିଛି । ଏହାସହ ସରକାର ଦୁଇ କମ୍ପାନୀର ବିଳୟକୁ ନେଇ ଘୋଷଣା କରିଥିଲେ ।