Home > ସଂମ୍ପୂର୍ଣ୍ଣ ଖବର
ସୋନଭଦ୍ରା ହତ୍ୟାକଣ୍ଡ ପାଇଁ କଂଗ୍ରେସ-ଏସପି ଦାୟୀ, ଦଣ୍ଡ ପାଇଁ ପ୍ରସ୍ତୁତ ରୁହନ୍ତୁ: ସିଏମ ଯୋଗୀ
Khabar Odisha:National-news-sonbhadra-shootout-cm-yogi-says-sp-and-congress-is-responsible-for-the-incident
ଲକ୍ଷ୍ନୌ,ଜୁଲାଇ ୨୧ (ଖବର ଓଡିଶା)

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଦିନ ସୋନଭଦ୍ରାରେ ଗୁଳିକାଣ୍ଡରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିଜନଙ୍କ ସହ ସାକ୍ଷାତ କରିଛନ୍ତି । ମୃତଙ୍କ ପରିଜନଙ୍କୁ ଭେଟିବା ପରେ ଯୋଗୀ କହିଛନ୍ତି, ଏହି ପାପ କଂଗ୍ରେସ ଏବଂ ଏସପି ନେତାଙ୍କର ଏବଂ ଯେଉଁମାନେ ଏହି ଅପରାଧରେ ସାମିଲ ଅଛନ୍ତି ସେମାନେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ । ସୂଚନା ଦେଇ ଯୋଗୀ ଆଦିତ୍ୟନାଥ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ 29 ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କ ମଧ୍ୟରେ ଗାଁର ପ୍ରଧାନ ମଧ୍ୟ ରହିଛନ୍ତି । 

ଯୋଗୀ ଆଦିତ୍ୟନାଥ ଏହି ଘଟଣା ପାଇଁ ସିଧା-ସିଧା କଂଗ୍ରେସକୁ ଏବଂ ଏସପି ଦାୟୀ କରିଛନ୍ତି । ଏହି ଘଟଣାର ମୂଳଦୁଆ 1955ରେ ପଡିଥିଲା, ଯେତେବେଳେ କଂଗ୍ରେସ ସରକାର ରାଜ୍ୟରେ ଥିଲା ଯୋଗୀ କହିଛନ୍ତି । ସୋମଭଦ୍ରାର ବିବାଦ ପାଇଁ 1955ରୁ 1989 ପର୍ଯ୍ୟନ୍ତ ଥିବା କଂଗ୍ରେସ ସରକାର ଦାୟୀ । 1955 ମସିହାରେ କଂଗ୍ରେସ ସରକାର ସୋନଭଦ୍ରାରେ ଦଳର ଜଣେ ବରିଷ୍ଠ ନେତାଙ୍କ ନାରେ ଜନଜାତିର ଲୋକଙ୍କ ଜମିକୁ ଗୋଟିଏ ପବ୍ଲିକ ଟ୍ରଷ୍ଟ ନାରେ କରିଦେଇଥିଲେ । ବର୍ଷ 1989 ମସିହାରେ ସେହି ଟ୍ରଷ୍ଟ ସହ ଜଡିତ ଥିବା ଲୋକଙ୍କ ନାଁରେ ଏହି ଜାଗା ସ୍ଥାନାନ୍ତର କରାଯାଇଥିଲା । 2017ରେ ସେହି ଜମିକୁ ନେଇ କିଛି ଲୋକଙ୍କୁ ବିକ୍ରି କରାଯାଇଥିଲା । ଏହାପରେ ସୋନଭଦ୍ରା ଗୁଳିକାଣ୍ଡ ହୋଇଥିଲା । ଘଟଣାର ତଦନ୍ତ ପାଇଁ କମିଟି ଗଠନ କରାଯାଇଛି । ଏହି ଘୋଟଲାର ତଦନ୍ତ ପାଇଁ ରାଜସ୍ୱ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମିତି ଗଠନ କରାଯାଇଛି । 10 ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ପ୍ରଦାନ କରିବ । 

ଏହାସହ ମୁଖ୍ୟମନ୍ତ୍ରୀ ପୀଡିତଙ୍କ ପରିବାକୁ ଆନୁକମ୍ପା ରାଶି ଦେବା ନେଇ ଘୋଷଣା କରିଛନ୍ତି । ମୃତଙ୍କ ପରିବାକୁ 18-18 ଲକ୍ଷ ଲେଖାଏଁ ଏବଂ ଆହତଙ୍କ ପାଇଁ ଅଢେଇ ଲକ୍ଷ ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ଏହାପୂର୍ବରୁ ମୃତଙ୍କ ପରିବାର ପାଇଁ 5-5 ଲକ୍ଷ ଟଙ୍କାର ଅନକମ୍ପା ରାଶି ଘୋଷଣା କରିଥିଲେ ।