Home > ସଂମ୍ପୂର୍ଣ୍ଣ ଖବର
ଅଗଷ୍ଟ 15ରେ ମିଳିଲା "ବେଷ୍ଟ କନେଷ୍ଟବଳ" ପୁରସ୍କାର, ଗୋଟିଏ ଦିନ ପରେ ଲାଞ୍ଚ ନେଇ ହେଲେ ଗିରଫ
Khabar Odisha:National-news-telangana-cop-caught-17k-bribe-best-constable-award-independence-day
ନୂଆଦିଲ୍ଲୀ, ଅଗଷ୍ଟ ୧୭ (ଖବର ଓଡିଶା) :

ତେଲଙ୍ଗାନାରେ ସ୍ୱାଧିନତା ଦିବସ ଅବସରରେ ନିଜ ଜିଲ୍ଲାରେ ବେଷ୍ଟ କନଷ୍ଟେବଳ ସମ୍ମାନ ହାସଲ କରିବାର ଗୋଟିଏ ଦିନ ପରେ ପୁଲିସ କନଷ୍ଟେବଳଙ୍କୁ ଲାଞ୍ଚା ନେବା ସମୟରେ ଗିରଫ କରାଯାଇଛି । ଦୁର୍ନୀତି ନିରୋଧ ବ୍ୟୁରୋ(ଏସିବି) ଶୁକ୍ରବାର ଦିନ ପି.ତିରୁପତି ରେଡ୍ଡୀଙ୍କୁ ତେଲଙ୍ଗାନାର ମହବୁବନଗର ଜିଲ୍ଲାରେ ଜଣେ ବାଲି ବ୍ୟବସାୟୀଙ୍କ ଠାରୁ 17000 ଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରିଛି ।

ମହବୁବନଗର ଜିଲ୍ଲୀର ଟାଉନ-ପୁଲିସରେ ନିୟୋଜିତ ଥିବା କନଷ୍ଟେବଳ କଥିତ ଭାବେ ଜଣେ ବାଲି ବ୍ୟବସାୟୀଙ୍କୁ ତାଙ୍କ ଟ୍ରାକ୍ଟର ଜବତ କରିବା ନେଇ ଧମକ ଦେଉଥିଲେ । କନଷ୍ଟେବଳ ଜଣଙ୍କ ବ୍ୟବସାୟୀଙ୍କୁ ଧମକ ଦେଇ କହିଥିଲେ ଯେ, ଯଦି ଟଙ୍କା ନ ଦିଅନ୍ତ ତେବେ ଆପଣଙ୍କୁ ମିଛ ମାମଲାରେ ଫସାଇ ଦେବି । ଏହା ପରେ ବାଲି ବ୍ୟବସାୟୀ ରମେଶ ଦୁର୍ନୀତି ନିରୋଧ ସଂସ୍ଥାରେ ଅଭିଯୋଗ କରିଥିଲେ । ଏହା ପରେ ସଂସ୍ଥାର ଜାଲରେ ଫସିଥିଲେ କନେଷ୍ଟବଳ ପିରୁପତି ।

ଏସିବି ଅଭିଯୁକ୍ତ କନେଷ୍ଟବଳଙ୍କୁ ଗିରଫ କରି ସ୍ୱତନ୍ତ୍ର ଅଦାଲତରେ ହାଜର କରିଥିଲେ । ଘଟଣାର ଗୋଟିଏ ଦିନ ପୂର୍ବରୁ ରେଡ୍ଡୀଙ୍କୁ ତାଙ୍କର କର୍ତ୍ତବ୍ୟ ପ୍ରତି ସମର୍ପଣ ଏବଂ ସେବା ପାଇଁ ବେଷ୍ଟ କନେଷ୍ଟବଳ ପୁରସ୍କାର ଦିଆଯାଇଥିଲା । ସ୍ୱାଧିନତା ଦିବସ ସମାରୋହ ଅବସରରେ ରାଜ୍ୟର ଅବକାରୀ ମନ୍ତ୍ରୀ ବି.ଶ୍ରୀନିବାସ ଗୌଡା ପୁରସ୍କାର ପ୍ରଦାନ କରିଥିଲେ ।