Home > ସଂମ୍ପୂର୍ଣ୍ଣ ଖବର
ୟୁଏନରେ ଗୁଞ୍ଜି ଉଠିଲା ଗିଲଗିଟଙ୍କ ସ୍ଵର, କହିଲେ ଆମେ ମଧ୍ୟ ଭାରତୀୟ
Khabar Odisha:National-newsGilgit-Baltistan-Activist-Senge-Sering-Supported-Removing-Of-Article-370-From-Jammu-Kashmir
ନୂଆଦିଲ୍ଲୀ.ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ଜେନେଭାରେ ୟୁଏନଏଚଆରସିର 42 ତମ ଅଧିବେଶନରେ ଗିଲଗିଟ-ବାଲଟିସ୍ତାନର ସାମାଜିକ କର୍ମୀ ସେଞ୍ଜ ସେରିଙ୍ଗ ଗିଲଗିଟ-ବାଲଟିସ୍ତାନକୁ ଭାରତର ଅଂଶ ବୋଲି କହିଛନ୍ତି । ସେଞ୍ଜ କହିଛନ୍ତି, “ଗିଲଗିଟ-ବାଲଟିସ୍ତାନ ଭାରତ ଏକ ଅଂଶ ଅଟେ । ଜାତିସଂଘର ସଦସ୍ୟମାନଙ୍କୁ ଏହାକୁ ବୁଝିବାକୁ ପଡିବ ଯେ ପାକିସ୍ତାନ ଦୀର୍ଘ 70 ବର୍ଷର ଧରି ଏକ ବାଧକ କାମ କରୁଛି” । 

ସେଞ୍ଜ ସେରିଙ୍ଗ ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରିବା ନେଇ ଭାରତ ସରକାରଙ୍କ ନିଷ୍ପତିକୁ ଠିକ କହିଛନ୍ତି । ସେରିଙ୍ଗ କହିଛନ୍ତି, ଜାମ୍ମୁ କାଶ୍ମୀରରେ ଅନୁଚ୍ଛେଦ 370 କିଛି ଲୋକଙ୍କ ହାତର ଖେଳନା ହୋଇଯାଇଥିଲା ଯାହା ତାଙ୍କୁ ଜାତୀୟ ଏବଂ ଧାର୍ମିକ ଗୋଷ୍ଠୀ ଉପରେ “ବିଟୋ ପାୱାର” ଦେଇ ଥିଲା । ଯେଉଁ ଲୋକଙ୍କୁ ଏଥିରୁ ଲାଭ ହେଉଥିଲା, ସେମାନେ ପାକିସ୍ତାନୀ ସେନାର ସହଯୋଗୀ ହୋଇଥିଲେ ଏବଂ ପାକିସ୍ତାନର ରଣନୈତିକ ହିତକୁ ଜାମ୍ମୁ କାଶ୍ମୀରରେ ବଢାଉଥିଲେ । 

ସୂଚନାଯୋଗ୍ୟ ଯେ ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପ୍ରଶୀକ୍ଷଣ ଶିବିର ଉପରେ କରାଯାଇଥିବା ଏୟାର ଷ୍ଟ୍ରାଇକ ପରେ ବିରୋଧୀ ଦଳ ଏବଂ ପାକିସ୍ତାନ ଷ୍ଟ୍ରାଇକର ସଫଳତା ଉପରେ ପ୍ରଶ୍ନ ଉଠାଇଥିଲେ । ସେଞ୍ଜ ସେରିଙ୍ଗ ସେହି ସମୟରେ ଏହି ଏୟର ଷ୍ଟ୍ରାଇକ ସଫଳ ହୋଇଥିବା ଦାବି କରିଥିଲେ । ସେ ଏହାର ସଫଳତାକୁ ଦାବି କରି ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ପାକ ସେନା 200ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା ସ୍ୱିକାର କରୁଥିବା ଦେଖିବାକୁ ମିଳିଥିଲା ।