Home > ସଂମ୍ପୂର୍ଣ୍ଣ ଖବର
ନୀତିଶ ସରକାରଙ୍କ ଦାଦାଗିରି, ପିଲାଙ୍କ ମୃତ୍ୟୁ ବିରୋଧରେ ପ୍ରଦର୍ଶନ କରୁଥିବା ୩୯ ଜଣଙ୍କ ବିରୋଧରେ ଏଫଆଇଆର
Khabar Odisha:National-odisha-FIR-Lodged-Against-39-People-Protesting-In-Muzaffarpur-For-Water-Supply-In-AES-Affected-Area
ପାଟନା,ଜୁନ ୨୫ (ଖବର ଓଡିଶା) :

ବିହାରରେ ମସ୍ତିଷ୍କ ଜ୍ୱରରେ ମୃତ୍ୟୁ ବରଣ କରୁଥିବା ପିଲାଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ହସ୍ପିଟାଲରେ ସାଧନର ଅଭାବ ରହିଛି ଏପଟେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ପ୍ରୟାସ ସମୁଦ୍ରକୁ ଶଙ୍ଖେ ପାଣି ପରି । ଏହାରି ମଧ୍ୟରେ ନେତାଙ୍କ ତୁଣ୍ଡରୁ ବାହାରୁ ଥିବା ବୟାନ ପୀଡିତଙ୍କ କଷ୍ଟକୁ ଅଧିକ କରିଛି । ଏହାପରେ ଜିଲ୍ଲା ପ୍ରଶାସନ ଏପରି ଏକ ନିଷ୍ପତ୍ତି ନେଇଛି ଯାହା ନୀତିଶ ସରକାରକୁ କାଠଘଡାକୁ ଟାଣିଛି । ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ଚାରିଆଡୁ ନିନ୍ଦା କରାଯାଇଛି । ପିଲାଙ୍କ ମୃତ୍ୟୁ ଏବଂ ପାଇବା ପାଣିର ଅଭାବ ପାଇଁ ପ୍ରଦର୍ଶନ କରୁଥିବା ୩୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପ୍ରଶାସନ । 

ସୂଚନାଯୋଗ୍ୟ ଯେ ମସ୍ତିଷ୍କ ଜ୍ୱରରେ ହେଉଥିବା ପିଲାଙ୍କ ମୃତ୍ୟୁ ଏବଂ ରାଜ୍ୟରେ ଦେଖା ଦେଇଥିବା ଜଳ ଅଭାବକୁ ନେଇ ବୈଶାଲୀ ଜିଲ୍ଲାର ହରିବଂଶପୁରର ଲୋକମାନେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିଥିଲେ । ପାନୀୟ ଜଳର ଅଭାବକୁ ପୂରଣ କରିବା ଏବଂ ମସ୍ତଷ୍କ ଜ୍ୱରକୁ ରୋକିବା ପାଇଁ ବଡ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ । ଜିଲ୍ଲା ପ୍ରଶାସନ ଲୋକଙ୍କ ଦାବିକୁ ମାନିବା ବଦଳରେ ପ୍ରଦର୍ଶନ କରୁଥିବା ୩୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । 

ବୈଶାଲୀ ଜିଲ୍ଲାର ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କ ସମ୍ପର୍କୀୟ ସିଧାସିଧା ନୀତିଶ ସରକାରକୁ ଟାର୍ଗେଟ କରି କହିଛନ୍ତି । ପିଲା ମରୁଛନ୍ତି, ପିଇବାକୁ ପାଣି ନାହିଁ ବିରୋଧ କରିବୁନି ତ କଣ କରିବୁ ? କିଛି ସମ୍ପର୍କୀୟ କହିଛନ୍ତି ଯେ ଆମ ପିଲେ ମରୁଛନ୍ତି । ପିଇବାକୁ ପାଣି ନାହିଁ । ଏହା ବିରୋଧରେ ପ୍ରଦର୍ଶନ କରିବାକୁ ପ୍ରଶାସନ ଆମ ଉପରେ ହିଁ ମାମଲା ରୁଜୁ କରିଛି । ମାମଲା ରୁଜୁ ହେବା ପରେ ଆମ ଗାଁର ପୁରୁଷମାନେ ଗାଁ ଛାଡି ପଳାଇଛନ୍ତି । ଘର ପାଇଁ ଟଙ୍କା  ରୋଜଗାର ସେମାନେ କରୁଥିଲେ ଏବେ ସେମାନେ ନଥିବାରୁ ଆମକୁ ଖାଇବାକୁ ବି ମିଳିବନି ।