Home > ସଂମ୍ପୂର୍ଣ୍ଣ ଖବର
କେନ୍ଦ୍ରୀୟ ସୁରକ୍ଷା ବଳରେ ଖାଲି ପଡିଛି 84 ହଜାର ପଦବୀ, ପୂରଣ ପାଇଁ ଶୀଘ୍ର ବିଜ୍ଞପ୍ତି କାଡି ପାରନ୍ତି ସରକାର
Khabar Odisha:National-odisha-Over-84000-Vacancies-In-Central-Armed-Police-Forces-Modi-20-Government-Said-In-Loksabha
ଭୁବନେଶ୍ୱର,ଜୁନ ୨୫ (ଖବର ଓଡିଶା) :

କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ବିଭିନ୍ନ ବିଭାଗ ପାଇଁ ସ୍ୱୀକୃତି ହୋଇଥିବା 10 ଲକ୍ଷ ପଦବୀ ଭିତରୁ 84 ହଜାର ପଦବୀ ଖାଲି ରହିଛି । ମଙ୍ଗଳବାର ଦିନ କେନ୍ଦ୍ର ସରକାର ଲୋକସଭାରେ ଏହି ସୂଚନା ଦେଇଛନ୍ତି । ଖାଲି ପଡିଥିବା ଏହି ପଦବୀ ଗୁଡିକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଚାକିରୀ ସନ୍ଧାନ କରୁଥିବା ଯୁବକଙ୍କ ପାଇଁ ଚାକିରୀ ପାଇବାର ଏହା ଏକ ବଡ ସୁଯୋଗ । 

ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହମନ୍ତ୍ରାଳୟ ଏହି ସୂଚନା ଦେଇଛନ୍ତି । ଉତ୍ତରରେ କୁହାଯାଇଛି ଯେ ସେବାନିବୃତ, ଅବସର, ଏବଂ ବଳିଦାନ ପାଇଁ ଖାଲି ସଂଖ୍ୟା ବଢିବାରେ ଲାଗିଛି । ହାରାହାରି ପ୍ରାୟତଃ 10 ପ୍ରତିଶତ ପଦ ପ୍ରତିବର୍ଷ ଖାଲି ହୋଇଥାଏ ଏବଂ ଏହାକୁ ପୂରଣ କରିବା ପାଇଁ ଏକ ପ୍ରକ୍ରିୟା ଜାରି ରହିଥାଏ । ବର୍ତ୍ତମାନ 84,037 ପଦ ଖାଲି ପଡିଛି । କେନ୍ଦ୍ରୀୟ ପୋଲିସ ବଳ ଅଧିନରେ ଆସୁଥିବା ସିଆରପିଏଫ,ଏସଏସବି,ବିଏସଏଫ,ସିଆଇଏସଏଫ,ଆଇଟିବିପି, ଏବଂ ଆସାମ ରାଇଫଲରେ ପଦବୀ ଖାଲି ପଡିଛି । ଗତ ସରକାରରେ ମଧ୍ୟ କେନ୍ଦ୍ର ରାଜ୍ୟ ଗୃହମନ୍ତ୍ରୀ ଏହି ସୂଚନା ଦେଇଥିଲେ ।     

ସିଆରପିଏଫ-22,980

ଏସଏସବି-18,102

ବିଏସଏଫ-21,465

ସିଆଇଏସଏଫ-10,415

ଆଇଟିବିପି-6,643

 ଆସାମ ରାଇଫଲ-4,432