Home > ସଂମ୍ପୂର୍ଣ୍ଣ ଖବର
ବଦଳିଲା ସ୍ଵର: ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଶତ୍ରୁଘ୍ନ ସିହ୍ନା, କହିଲେ ସାବାସ୍
Khabar Odisha:National-odisha-bihar-shotgun-shatrughan-sinha-praised-pm-narendra-modi-speech-on-independence-day
ପାଟନା,ଅଗଷ୍ଟ୧୮(ଖବର ଓଡ଼ିଶା):

ଲୋକସଭା ନିର୍ବାଚନ ସମୟରେ ବିଜେପି ଛାଡ଼ି କଂଗ୍ରେସରେ ସାମିଲ ହୋଇଥିବା ବଲିଉଡ଼ ତାରକା ଶତ୍ରୁଘ୍ନ ସିହ୍ନା ସ୍ଵାଧୀନତା ଦିବସରେ ନରେନ୍ଦ୍ର ମୋଦୀ ଦେଇଥିବା ଭାଷଣକୁ ପ୍ରଶଂସା କରିଛନ୍ତି। ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ଶତ୍ରୁଘ୍ନଙ୍କ ସ୍ଵର ବଦଳି ଯାଇଛି। ସେ କହିଛନ୍ତି ଯେ, ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣ ବହୁତ ସାହସିକ, ତଥ୍ୟ ଆଧାରିତ ଓ ସୂଚନାତ୍ମକ ଥିଲା। ଏଥିରେ ସେ ଦେଶ ସାମ୍ନାରେ ଥିବା ପ୍ରମୁଖ ସମସ୍ୟାକୁ ଦମଦାର ଭାବେ ଉପସ୍ଥାପନ କରିଥିଲେ।

ସିହ୍ନା ଟ୍ଵିଟ୍ କରି କହିଛନ୍ତି ଯେ, ମୁଁ ନିଜର ପ୍ରତିକ୍ରିୟାକୁ ନେଇ ପ୍ରସିଦ୍ଧ କିମ୍ବା କୁଖାତ ରହିଛି, ମୁଁ ଏଠାରେ ସ୍ଵୀକାର କରିବାକୁ ଚାହୁଁଛି ଯେ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଆପଣ ଲାଲକିଲ୍ଲାରୁ ଅଗଷ୍ଟ ୧୫ରେ ଦେଇଥିବା ଭାଷଣ ବହୁତ ସାହସିକ, ତଥ୍ୟମୂଳକ ଓ ସୂଚନାତ୍ମକ ଥଲା। ଏଥିରେ ଦେଶ ସାମ୍ନାରେ ଥିବା ସମସ୍ତ ସମସ୍ୟାଙ୍କୁ ବହୁତ ଭାବେ ଉଲ୍ଲେଖ କରିଥିଲେ। ସାବାସ୍।

କଂଗ୍ରେସ  ଟିକେଟରେ ପାଟନା ସାହିବରୁ ନିର୍ବାଚନ ଲଢିଥିବା ବଲିଉଡ ତାରକା ତୃତୀୟ ଟ୍ଵିଟ୍ କରି  କହିଛନ୍ତି ଯେ, ପ୍ରଥମରୁ ଅନେକ ଲୋକ ସମସ୍ୟା ବିଷୟରେ କହି ସାରିଛନ୍ତି ଯେ କିନ୍ତୁ ଏହି ଠୋସ୍ ପଦକ୍ଷେପ ନେଇ ନାହାନ୍ତି। କିନ୍ତୁ ଆପଣ ନିଶ୍ଚିତ ରୂପେ ପ୍ରଶଂସାର ପାତ୍ର। କାରଣ ଆପଣ ସଠିକ୍ ପ୍ରସଙ୍ଗକୁ ଉଠାଇଛନ୍ତି। ଭାରତକୁ ଆଗକୁ ନେଇ ଯିବା ପାଇଁ ଯୋଜନା ସହିତ ମହତ୍ଵପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଆଲୋଚନା କରୁଛନ୍ତି।

ସେ କହିଛନ୍ତି ଯେ, ଦେଶର ସମ୍ମୁଖରେ ସମସ୍ୟାର ସମାଧାନ ପାଇଁ ଭଲ ରୋଡମ୍ୟାପ୍ ତିଆରି କରିଛନ୍ତି।  ଯଦି ଆପଣଙ୍କ ସମୟରେ ହେବ ଏବଂ ନଦୀକୁ ସଂଯୋଗ କରିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵପ୍ନକୁ ପୂରଣ କରିବା ଆପଣଙ୍କ ଇଚ୍ଛା ଅଛି ତେବେ ଆପଣଙ୍କ ସହିତ କଥା ହୋଇ ପାରିବି। 

ଉଲ୍ଲେଖଯୋଗ୍ୟ, ଶତ୍ରୁଘ୍ନ ସିହ୍ନା ଦ୍ଵିତୀୟ ଏମିତି କଂଗ୍ରେସ ନେତା ଯିଏ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣକୁ ପ୍ରଶଂସା କରିଛନ୍ତି। ଏହା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କହିଥିଲେ ଯେ, ମୁଁ ପ୍ରଧାନମନ୍ତ୍ରୀଙ୍କ ସବୁ ତିନି ଭାଷଣକୁ ସ୍ଵାଗତ କରୁଛି।