Home > ସଂମ୍ପୂର୍ଣ୍ଣ ଖବର
ଦିଲ୍ଲୀ ଏମ୍ସର ପଞ୍ଚମ ମହଲା ପର୍ଯ୍ୟନ୍ତ ପହଞ୍ଚିଲା ନିଆଁ, ଖାଲି କରାଗଲା ଓ୍ଵାର୍ଡ, ଜରୁରୀକାଳୀନ ବନ୍ଦ
Khabar Odisha:National-odisha-fire-broken-out-all-india-institute-of-medical-sciences-aiims-fire-brigade
ନୂଆଦିଲ୍ଲୀ,ଅଗଷ୍ଟ୧୭(ଖବର ଓଡ଼ିଶା):

 ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଶନିବାର ସନ୍ଧ୍ୟାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ନିଆଁ ସନ୍ଧ୍ୟା ୫ଟାରେ ଜରୁରୀକାଳୀନ ଓ୍ଵାର୍ଡ ପାଖ ଟିଚିଙ୍ଗ ବ୍ଲକର ପ୍ରଥମ ଓ ଦ୍ଵିତୀୟ ମହଲାରେ ଲାଗିଥିଲା। ଦମକଳର ୩୪ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ପୁଣି ଥରେ ଏମ୍ସର ପଞ୍ଚମ ମହଲାରେ ନିଆଁ ଚେଇଁ ଉଠିଛି। ଜେନେରାଲ ଓ୍ଵାର୍ଡକୁ ଖାଲି କରାଯାଇଛି ଏବଂ ରୋଗୀଙ୍କୁ ଅନ୍ୟ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଛି। ଏମ୍ସ ପକ୍ଷରୁ ସ୍ଥାନାନ୍ତର କରାଯାଇଥିବା ରୋଗୀଙ୍କ ପାଇଁ ହେଲ୍ପଲାଇନ ନମ୍ବର ୦୧୧-୨୬୫୯୩୩୦୮ ଜାରି କରାଯାଇଛି। ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରହିଛି। 

ଉଲ୍ଲେଖଯୋଗ୍ୟ ସର୍ଟ ସର୍କିଟ୍  କାରଣରୁ ପ୍ରଥମେ ପ୍ରଥମ ଓ ଦ୍ଵିତୀୟ ମହଲାରେ ନିାଁ ଲାଗିଥିଲା, ଯାହା  ପଞ୍ଚମ ମହଲାକୁ ବ୍ୟାପିଥିଲା। ଦମକଳର ୩୪ ଗାଡ଼ି ନିଆଁକୁ ଆୟତ୍ତ କରିଥିଲେ, ମାତ୍ର କ୍ରମାଗତ ଧୂଆଁ ଉଠିଚାଲିଥିଲା। ଯେଉଁଠି ପୁଣି ଥରେ ନିଆଁ ଚେଇଁ ଉଠିଛି। ଏହି ଘଟଣାରେ କୌଣସି ପ୍ରକାରର ହତାହତର ଖବର ନାହିଁ। ମାତ୍ର ଏମ୍ସରେ ରୋଗୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। 

ଦମକଳ ବିଭାଗର ୩୪ ଗାଡି ଓ ପ୍ରାୟ ୧୫୦ ଦମକଳ କର୍ମୀଙ୍କ ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯାଇଛି। ସୁରକ୍ଷାଦୃଷ୍ଟିରୁ ଜରୁରୀକାଳୀନ ଓ୍ଵାର୍ଡକୁ ବନ୍ଦ କରି ଦିଆଯାଇଛି। ରୋଗୀଙ୍କୁ ଅନ୍ୟ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ରୋଗୀ ସୁରକ୍ଷିତ ଅଛନ୍ତି। 

ଦିଲ୍ଲୀର ଫାୟର ସର୍ଭିସର ନିର୍ଦ୍ଦେଶକ ବିପିନ କେଣ୍ଟଲ କହିଛନ୍ତି ଯେ, ଏମ୍ସର ଟିଚିଙ୍ଗ ବ୍ଲକରେ ଓପିଡ଼ି ଓ ନ୍ୟୁରୋଲୋଜି ବିଭାଗ ମଧ୍ୟ ରହିଛି। ଓପିଡି ଓ୍ଵାର୍ଡରେ ଅଧିକ ରୋଗୀ ନଥିଲେ। ଏହାର ଲାଗି ରହିଥିବା ଓ୍ଵାର୍ଡରୁ ୧୩ ରୋଗୀକୁ ଉଦ୍ଧାର କରାଯାଇଛି ଓ ଭେଣ୍ଟିଲେଟରରେ ଥିବା ୭ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି।