Home > ସଂମ୍ପୂର୍ଣ୍ଣ ଖବର
ଉଦାହରଣ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ, ସିଓଲ ଶାନ୍ତି ପୁରସ୍କାର ରାଶିର କର ଉପରେ ରିହାତି ନେବାକୁ ମନା କଲେ
Khabar Odisha:National-odisha-pm-narendra-modi-denied-to-take-tax-relief-on-amount-he-received-with-seoul-peace-prize
ନୂଆଦିଲ୍ଲୀ,ଅଗଷ୍ଟ୧୭(ଖବର ଓଡ଼ିଶା):

କର ଦେବାରେ ଜନତାଙ୍କୁ ଏବଂ ଅଧିକ ସଚ୍ଚୋଟତାକୁ ପ୍ରୋତ୍ସାହନ ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚଳିତ ବର୍ଷ ସିଓଲ ଶାନ୍ତି ପୁରସ୍କାର ମିଳିଥିଲା। ସେ ପୁରସ୍କାର ସହିତ ମିଳିଥିବା ରାଶି ଉପରେ କର ନେବାକୁ ଅର୍ଥମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏହି ବିଷୟରେ ପତ୍ର ଲେଖିଥିଲେ, ଯାହାକୁ ମନ୍ତ୍ରଣାଳୟ ସ୍ଵୀକାର କରି ନେଇଛି। 

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚଳିତ ବର୍ଷ ଫେବୃଆରୀରେ ଦକ୍ଷିଣ କୋରିଆର ରାଜଧାନୀରେ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନରେ ପାଇବାରେ ସେ ୧୪ତମ ବ୍ୟକ୍ତି ଥିଲେ। ଏହା ସହିତ ତାଙ୍କୁ ଏକ କୋଟି ୩୦ ଲକ୍ଷ ଟଙ୍କା ମିଳିଥିଲା। ଆୟକର ବିଭାଗ ଆଇଟି ଅଧିନିୟମର ଧାରା ୧୦(୧୭ଏ)(ଆଇ) ଆଧାରରେ ଏହି ରାଶି ଉପରେ କର ଛାଡ଼ ଦେବାକୁ ନିଷ୍ପତ୍ତି ନେଇଥିଲା। 

ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୧୧ରେ ଅର୍ଥ ମନ୍ତ୍ରୀଙ୍କୁ ପତ୍ର ଲେଖି କହିଥିଲେ ଯେ, ତାଙ୍କୁ ସୂଚନା ମିଳିଛି ଯେ, ଆୟକର ବିଭାଗ ସିଓଲ ଶାନ୍ତି ପୁରସ୍କାରରେ  ମିଳିଥିବା ରାଶି ଉପରେ କରରେ ଛାଡ଼ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସେ ନିଜକୁ ସାଧାରଣ ନାଗରିକ ମାନନ୍ତି। ତେଣୁ ତାଙ୍କର ଆତ୍ମା ଏହି କର ଛାଡ଼କୁ ସ୍ଵୀକାର କରିବାକୁ ଅନୁମତି ଦେଉନାହିଁ।  ଏହା ପରେ ଅଗଷ୍ଟ ୧୪ରେ ଆୟକର କର ଛାଡ଼କୁ ପ୍ରତ୍ୟାହାର କରି ନେଇଥିଲେ।