Home > ସଂମ୍ପୂର୍ଣ୍ଣ ଖବର
ଅଲକାଏଦା ମୁଖ୍ୟର ଧମକ ପରେ ବୈଦେଶିକ ମନ୍ତ୍ରଣାଳୟର ଜବାବ, ଏମିତି ଧମକ ଆମେ ଶୁଣି ଆସୁଛୁ
Khabar Odisha:National-odisha-we-used-to-listen-this-kind-of-threats-said-mea-spokeperson-on-jawahiri
ନୂଆଦିଲ୍ଲୀ,ଜୁଲାଇ୧୧(ଖବର ଓଡ଼ିଶା):

 ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅଲ କାଏଦାର ପ୍ରମୁଖ ଅଲ ଜଓ୍ଵାହିରୀର ଭାରତକୁ ଦେଇଥିବା ଧମକ ଉପରେ ପ୍ରତିକ୍ରିୟା ଦେଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ, ଏମିତି ଧମକ ଆମେ ବହୁତ ଶୁଣୁଛୁ, ମୋତେ ଲାଗୁ ନାହିଁ ଯେ ଏହାକୁ ଆମେ ଗମ୍ଭୀରତାର ସହ ନେବା ଉଚିତ୍। ଉଲ୍ଲେଖଯୋଗ୍ୟ, ଜଓ୍ଵାହିରୀ  ବୁଧବାର ଏକ ଭିଡ଼ିଓ ଜାରି କରି କାଶ୍ମୀରିରେ ମୁଜାହିଦ୍ଦୀନକୁ ଭାରତୀୟ ସେନା ଓ ସରକାର ଉପରେ ହମଲା ଜାରି ରଖିବାକୁ କହିଥିଲା। 

ରବିଶ କୁମାର କହିଛନ୍ତି ଯେ, ଆମର ସୁରକ୍ଷାବଳ କ୍ଷେତ୍ରୀୟ ସାର୍ବଭୌମ ଓ ସୁରକ୍ଷାକୁ କାଏମ ରଖିବା ପାଇଁ ସଂପୂର୍ଣ୍ଣ ଭାବେ ସକ୍ଷମ। ଆମେ ଏମିତି କୌଣସି ପ୍ରକାରର ଧମକକୁ ଗମ୍ଭୀରତାର ସହ ନେବାର ଆବଶ୍ୟକତା ନାହିଁ।

ଉଲ୍ଲେଖଯୋଗ୍ୟ ଜଓ୍ଵାହିରୀ ଜଓ୍ଵାହିରୀ ‘କାଶ୍ମୀର କୋ ମତ ଭୁଲନା’ ନାମରେ ସନ୍ଦେଶ ଜାରି କରିଥିଲା। ଏଥିରେ ସେ କାଶ୍ମୀରରେ ଲଢୁଥିବା ମୁଜାହିଦଙ୍କୁ ପାକିସ୍ତାନର ଏଜେନ୍ସିଙ୍କ କବଳରୁ ମୁକ୍ତ କରିବା ଉଚିତ୍ ବୋଲି କହିଥିଲା। ୧୪ ମିନିଟର ଏହି ବାର୍ତ୍ତାରେ ଜଓ୍ଵାହିରୀ କହିଥିଲା ଯେ, ମୋର ବିଚାରରେ କାଶ୍ମୀରରେ ମୁଜାହିଦ୍ଦୀନକୁ ଏକାଗ୍ର ଧ୍ୟାନରେ ଭାରତୀୟ ସେନା ଓ ସରକାର ଉପରେ ଟାର୍ଗେଟ୍ କରିବା ଉଚିତ୍। ସେମାନଙ୍କୁ ଆତ୍ମଘାତୀ ହମଲା କରିବାକୁ ପଡ଼ିବ। ଏଥିରେ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଖାସ୍ ପ୍ରଭାବ ପଡ଼ିବ। ଏହା ସହିତ ଭାରତକୁ ସୈନିକଙ୍କ ଅଭାବ ଦେଇ ଗତି କରିବାକୁ ପଡ଼ିବ। 

କିଏ ଏହି ଅଲ ଜଓ୍ଵାହିରୀ ?

‘ଓ୍ଵାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ’ ମୁତାବକ ଅଲ ଜଓ୍ଵାହିରୀ ୧୯୮୮ରେ ଅଲକାଏଦାର ସ୍ଥାପନ କରିବାରେ ଲାଡେନର ସାହାଯ୍ୟ କରିଥିଲା। ସେ ଆଫଗାନିସ୍ତାନ ଓ ପାକିସ୍ତାନରେ ସଂଗଠନର ଗତିବିଧିର ନେତୃତ୍ଵ ନେଇଥିଲା। ପରେ ଲାଡେନ ଜଓ୍ଵାହିରୀକୁ ଅଣଦେଖା କରିଥିଲା। କାରଣ ତା ପାଖରେ ଅଲକାଏଦାର ଗତିବିଧି ପାଇଁ ଟଙ୍କା ନଥିଲା ଏବଂ ସଂଗଠନରେ ତାର ଲୋକପ୍ରିୟତା ହ୍ରାସ ପାଇଥିଲା। ପରେ ଲାଡେନର ମୃତ୍ୟୁ ପରେ ଜଓ୍ଵାହିରୀକୁ ଅଲକାଏଦାର ପ୍ରମୁଖ କରାଯାଇଥିଲା।