Home > ସଂମ୍ପୂର୍ଣ୍ଣ ଖବର
କରୋନା ମୁକାବିଲା ପାଇଁ ଓଡ଼ିଶା ସବୁଠି ପ୍ରଶଂସା ପାଉଛି, ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ : ନବୀନ ପଟ୍ଟନାୟକ
Khabar Odisha:Naveen-pattnaik-video-message
ଭୁବନେଶ୍ୱର, ମେ ୨୮ ( ଖବର ଓଡ଼ିଶା):

 କରୋନା ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି। ଏହି ସମୟରେ ପ୍ରତି ଟି ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି କହିଛନ୍ତି ।

କରୋନା ଯୋଦ୍ଧାଙ୍କୁ ଅଧିକ ଉତ୍ସାହିତ କରିବ କରିବା ପାଇଁ ମେ ୩୦ ତାରିଖ ଅର୍ଥାତ୍‌ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ବିଶ୍ୱର କୋଣ ଅନୁକୋଣରେ ଯେଉଁଠି ଓଡ଼ିଆମାନେ ଅଛନ୍ତି, ସେହି ସ୍ଥାନରେ ମଧ୍ୟ ସାମାଜିକ ଦୂରତ୍ୱ ବଜାୟ ରଖି ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଅନୁରୋଧ। 

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ,କରୋନା ଓଡ଼ିଶାକୁ ଆସିବାର ୨ ମାସରୁ ଅଧିକ ହୋଇଗଲାଣି। ତେବେ କରୋନା ମୁକାବିଲା ନେଇ ଓଡ଼ିଶାର ପଦକ୍ଷେପ ସବୁଆଡେ ପ୍ରଶଂସନୀୟ।ଓଡ଼ିଶା ଏବେ ସାରା ବିଶ୍ୱରେ ଉଦାହରଣ ପାଲଟିଛି। ‘ପ୍ରତିଟି ଜୀବନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ’

  • Tags: