Home > ସଂମ୍ପୂର୍ଣ୍ଣ ଖବର
ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ମୋଦିଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ
Khabar Odisha:Naveen-wrote-letter-to-Indian-PM-Narendra-modi-About-Polabharam
ଭୁବନେଶ୍ୱର, ୧୨ ଜୁଲାଇ (ଖବର ଓଡ଼ିଶା):

 ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଜଣାଇଛନ୍ତି । ସୁପ୍ରିମକୋର୍ଟରେ ବିଚାରଧିନ ଥିବା ଏହି ମାମଲା ଫଇସଲା ନ ହେବା ପର୍ଯ୍ୟନ୍ତ ନିର୍ମାଣକାର୍ଯ୍ୟ ବନ୍ଦ ରଖାଯାଉ, ନ ହେଲେ ଓଡ଼ିଶାର କ୍ଷତି ହେବ। ଏଥିପାଇଁ ତାଙ୍କର ହସ୍ତକ୍ଷେପ ଲୋଡ଼ିଥିବା ଉଲ୍ଲେଖ କରାଯାଇଛି। ପୂର୍ବରୁ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ପାଇଁ ପରିବେଶ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇଥିଲା ବେଳେ ଏହି ନିର୍ଦ୍ଦେଶକୁ ରବ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

  • Tags: