Home > ସଂମ୍ପୂର୍ଣ୍ଣ ଖବର
୬ ମାସରେ କୋଟିଆର ନବକଳେବର!
Khabar Odisha:Odisha-Kotia-of-Koraput-to-develop

ଭୁୁବନେଶ୍ୱର, ଜୁଲାଇ ୧୩  (ଖବର ଓଡ଼ିଶା): ଆଗାମୀ ୬ ମାସ ମଧ୍ୟରେ କୋଟିଆର ବିକାଶ ହେବ ବୋଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁବାର କହିଛନ୍ତି । ସଚିବାଳୟରେ ବିଭିନ୍ନ ବିଭାଗର ସଚିବଙ୍କ ଉପସ୍ଥିତିରେ କୋରପୁଟ ଜିଲ୍ଲାର ପଟାଙ୍ଗୀ ତହସିଲ ଅନ୍ତର୍ଗତ କୋଟିଆର ବିକାଶ ପାଇଁ ସରକାରୀ ପ୍ରକ୍ରିୟାକୁ ଜୋରଦାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଭାଗୀୟ ସଚିବଙ୍କ ସହିତ ସମୀକ୍ଷା ପରେ ମହେଶ୍ୱର ମହାନ୍ତି ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ଆଗାମୀ ୬ ମାସ ମଧ୍ୟରେ କୋଟିଆର ନବକଳେବର ହେବ । 

ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି, କୋଟିଆର ସର୍ବାଙ୍ଗୀନ ଉନ୍ନତି ପାଇଁ ନକ୍ସା ପ୍ରସ୍ତୁତ କରାଯାଇଛି । ସେବାଶ୍ରମ ସ୍କୁଲକୁ ଉନ୍ନୀତ କରାଯାଇଛି । ପ୍ରାୟ ୫ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ହାଇସ୍କୁଲ ପାଇଁ ୧୦ଟି ଶ୍ରେଣୀଗୃହ, ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଛାତ୍ରାବାସ ଓ ଶିକକ୍ଷମାନଙ୍କ ପାଇଁ ଆବାସିକ ଘର ନିର୍ମାଣ କାମ ଚାଲିଛି । ସେହିଭଳି ହାଇସ୍କୁଲ ନିମନ୍ତେ ୧୧ଟି ଶିକ୍ଷକ ଓ ଅଣଶିକ୍ଷକ ପଦବି ମଞ୍ଜୁର କରାଯାଇଛି । 

 

  • Tags: