Home > ସଂମ୍ପୂର୍ଣ୍ଣ ଖବର
ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବା ନିମନ୍ତେ ରାଜ୍ୟ ସରକାର ଖୋଲିଲେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ
Khabar Odisha:Odisha-sets-up-a-control-room-in-Home-department-0674-23921159438915986
ଭୁବନେଶ୍ୱର, ମାର୍ଚ୍ଚ ୨୬ (ଖବର ଓଡ଼ିଶା):

କରୋନାଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର 21 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଏହି ୨୧ ଦିନିଆ ଲକଡାଉନ୍ ପରିପ୍ରେକ୍ଷୀରେ ସମସ୍ୟା ଭୋଗୁଥିବା ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଓଡ଼ିଶା ସରକାର ଖୋଲିଲେ କଣ୍ଟ୍ରୋଲ୍ ରୁମ୍ । ୨୦୨୦ ମାର୍ଚ ୨୬ ତାରିଖରୁ ରାଜ୍ୟ ଗୃହ ବିଭାଗରେ ଏହି କଣ୍ଟ୍ରୋଲ୍ ରୁମ୍ ୨୪ X ୭ କାର୍ଯ୍ୟ କରିବ ।

ଏହି କଣ୍ଟ୍ରୋଲ୍ ରୁମର ନମ୍ବର ହେଉଛି: ୦୬୭୪-୨୩୯୨୧୧୫/୯୪୩୮୯୧୫୯୮୬ ।

ଲକଡାଉନ ଘୋଷଣା ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଉପରେ ରାଜ୍ୟ ସରକାରଙ୍କ ଏହି କଣ୍ଟ୍ରୋଲ୍ ରୁମ୍ ଦୃଷ୍ଟି ଦେବ । ଦେଶର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଲୋକମାନେ ମଧ୍ୟ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ବନ୍ଧରେ ଏହି କଣ୍ଟ୍ରୋଲ୍ ରୁମକୁ ଜଣାଇପାରିବେ ।

ଏହି କଣ୍ଟ୍ରୋଲ୍ ରୁମର ଦାୟିତ୍ୱରେ ବରିଷ୍ଠ ପୋଲିସ ଅଧିକାରୀ ତଥା ଆଇଜିପି ଶ୍ରୀ ଅମିତାଭ ଠାକୁରଙ୍କୁ ଦିଆଯାଇଛି।

  • Tags: