Home > ସଂମ୍ପୂର୍ଣ୍ଣ ଖବର
ଥାନାରେ ଯୁବକଙ୍କୁ ଅମାନୁଷିକ ଭାବେ ମାଡ଼ ମାରି ନିଲମ୍ବିତ ହେଲେ କେଉଁଝର ପାଟଣା ଥାନା IIC
Khabar Odisha:Patana-IIC-suspended
ଭୁବନେଶ୍ୱର, ମେ ୨୩ ( ଖବର ଓଡ଼ିଶା):

 ଥାନାରେ ଥାର୍ଡ ଡିଗ୍ରୀ । ଥାନା ଭିତରେ ଯୁବକଙ୍କୁ ନିସ୍ତୁକ ମାଡ଼ ଓ ଗୋଇଠା ମାରିବା ଘଟଣା ଏବେ ପୋଲିସ୍ ପାଇଁ ମହଙ୍ଗା ପଡ଼ିଛି । ଏହି ଘଟଣାରେ କେନ୍ଦୁଝର ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। 

ଆଇଆଇସିଙ୍କର ବେଆଇନ୍‌ କାର୍ଯ୍ୟ ପାଇଁ ତାଙ୍କୁ ପୋଲିସ ଡିଜି ଅଭୟ  ନିଲମ୍ବିତ କରିଛନ୍ତି।  ଆଇଆଇସିଙ୍କୁ ନିଲମ୍ବିତ କରାଗଲା ବୋଲି ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି।

ଉଲ୍ଲେଯୋଗ୍ୟ, କିଛିଦିନ ତଳେ ଏକ ଜମିଜମା ମାମଲାରେ ଜଣେ ଯୁବକଙ୍କୁ ଥାନାକୁ ଡାକି ଆଇଆଇସି ସନ୍ଧ୍ୟାରାଣୀ  ନିର୍ଯାତନା ଦେଇଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଏସ୍‌ଡିପିଓଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଥିଲା।

  • Tags: