Home > ସଂମ୍ପୂର୍ଣ୍ଣ ଖବର
ଦୀପାବଳି ପରେ ପ୍ରଦେଶ କଂଗ୍ରେସ କମିଟି ପୁନର୍ଗଠନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ: ନିରଞ୍ଜନ
Khabar Odisha:Politics-Odisha-Odisha-Pradesh-Committe-will-more-effective-from-Diwali
ଭୁବନେଶ୍ୱର, ଅକ୍ଟୋବର ୨୧(ଖବର ଓଡ଼ିଶା):

୨୦୧୯  ସାଧାରଣ ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିଥିବା କଂଗ୍ରେସ ରାଜ୍ୟରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଏବେ ପୁଣି ଅଣ୍ଟା ଭିଡ଼ିଛି । ପ୍ରଦେଶ କଂଗ୍ରେସ କମିଟି ପୁନର୍ଗଠନ ପ୍ରକ୍ରିିୟା ଆରମ୍ଭ ହୋଇଛି କିନ୍ତୁ ଦୀପାବଳି ପର ଠାରୁ ତ୍ୱରାନ୍ୱିତ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । 

ରାଜ୍ୟରେ ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଆଶାନୁରୂପ ଫଳ ପାଇପାରି ନାହିଁ । ତେଣୁ କଂଗ୍ରେସର ସ୍ଥିତି ସୁଦୃଢ ପ୍ରଦେଶ କଂଗ୍ରେସ କମିଟି ଗଠନ କାମ ଆରମ୍ଭ ହୋଇସାରିଛି । କିନ୍ତୁ ଦୀପାବଳି ପର ଠାରୁ ଏହା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଆସନ୍ତା ୨୪ରେ କଂଗ୍ରେସ ଭବନରେ ପର୍ଯ୍ୟବେକ୍ଷକଙ୍କ ନେଇ ବୈଠକ ବସିବ । ଏହି ବୈଠକରେ ପର୍ଯ୍ୟବେକ୍ଷକ ଗସ୍ତ କରିଥିବା ୩୩ ସାଂଗଠନିକ ଜିଲ୍ଲାର ରିପୋର୍ଟ ଦେବେ । ସେହି ପର୍ଯ୍ୟବେକ୍ଷକଙ୍କ ରିପୋର୍ଟକୁ ଏଆଇସିସିଙ୍କ ନିକଟକୁ ପଠାଯିବ । ଅପେକ୍ଷାକୃତ ଛୋଟ କମିଟି ଗଠନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

  • Tags: