Home > ସଂମ୍ପୂର୍ଣ୍ଣ ଖବର
ସମ୍ବିଧାନ ମୁତାବକ ନେବି ନିଷ୍ପତ୍ତି, ସୁପ୍ରିମକୋର୍ଟ ପଠାଇବି ଭିଡ଼ିଓ
Khabar Odisha:Politics-odisha-no-mla-informed-me-about-meeting-says-karnataka-speaker-after-meeting-rebel-mla
ବେଙ୍ଗାଲୁରୁ,ଜୁଲାଇ୧୧(ଖବର ଓଡ଼ିଶା):

କର୍ଣ୍ଣାଟକରେ ଜାରି ରାଜନୈତିକ ଘଟଣାକ୍ରମର ରହସ୍ୟ ଏବେ ବି ଜାରି ରହିଛି। ବିଧାନସଭା ବାଚସ୍ପତି କେଆର ରମେଶ କୁମାର ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏହା ମଧ୍ୟରେ ବିଦ୍ରୋହୀ ବିଧାୟକଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ସେ ସଂପୂର୍ଣ୍ଣ ଦାୟିତ୍ଵର ସହ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି। ମାତ୍ର ତାଙ୍କୁ ନେଇ ହେଉଥିବା ଅଭିଯୋଗରେ ସେ ବହୁତ ଦୁଃଖିତ। ସେ କହିଛନ୍ତି ଯେ, କୌଣସି ହେଲେ  ବିଦ୍ରୋହୀ ବିଧାୟକ ସାକ୍ଷାତ ପାଇଁ ସମୟ ମାଗିନଥିଲେ। ସୁପ୍ରିମକୋର୍ଟ ମୋତେ ନିଷ୍ପତ୍ତି ନେବା ପାଇଁ କହିଛନ୍ତି। ମୁଁ ସମସ୍ତ ଜିନିଷର ଭିଡ଼ିଓଗ୍ରାଫି କରିଛି ଏବଂ ଏହାକୁ ସୁପ୍ରିମକୋର୍ଟ ପଠାଇବି ବୋଲି ବାଚସ୍ପତି କହିଛନ୍ତି।

ବାଚସ୍ପତି ରମେଶ ବିଦ୍ରୋହୀ ବିଧାୟକଙ୍କୁ ଭେଟିବା ପରେ  ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନିଷ୍ପତ୍ତି ଶୁଣାଇବାରେ ବିଳମ୍ବ କରୁଥିବା ନେଇ ମୋ ଉପରେ ଆରୋପ ଲଗାଯାଉଥିବା କିଛି ନ୍ୟୁଜ୍ ଚ୍ୟାନେଲରେ ଦେଖିବାକୁ ପାଇଲି। ଏହାକୁ ନେଇ ମୁଁ ଦୁଃଖିତ। ରାଜ୍ୟପାଳ ମୋତେ ଜୁଲାଇ ୬ରେ ସୂଚନା ଦେଲେ, ସେହି ସମୟରେ ମୁଁ ଅଫିସରେ ଥିଲି ଏବଂ କିଛି ବ୍ୟକ୍ତିଗତ କାମ ପାଇଁ ଚାଲି ଯାଇଥିଲି। ଏହା ପୂର୍ବରୁ ଜଣେ ବିଧାୟକ ମୋତେ ଭେଟିବେ ବୋଲି କୌଣସି ସୂଚନା ଦେଇନଥିଲେ।

ବାଚସ୍ପତି କହିଛନ୍ତି ଯେ, ମୋର କାମ କାହାକୁ ବଞ୍ଚାଇବା ନୁହେଁ କି କାହାକୁ ବାହାର କରିବା ନୁହେଁ। ମୁଁ ଜନତାଙ୍କ ପ୍ରତି ଉତ୍ତରଦାୟୀ। ମୁଁ ପୂରା ଦାୟିତ୍ଵର ସହ ନିଜର କର୍ତ୍ତବ୍ୟ ପାଳନ କରୁଛି। ଏଥିରୁ ପଳାୟନ କରୁନାହିଁ। ମୁଁ କର୍ଣ୍ଣାଟକ ବିଧାନସଭାର ନିୟମ ୨୦୨ ଅନୁସାରେ ସୋମବାର ସମସ୍ତ ଇସ୍ତଫାର ଯାଞ୍ଚ କରିଛି। ୮ଟି ଇସ୍ତଫା ନିର୍ଦ୍ଧାରିତ ନିୟମ ଅନୁସାରେ ନଥିଲା। ବାକି ବିଷୟରେ ଦେଖିବାକୁ ବାକି ରହିଲା ଯେ, କଣ ଏହି ଇସ୍ତଫା ସ୍ଵେଚ୍ଛାକୃତ କି ବାସ୍ତବିକ। ମୁଁ ପୂରା ରାତି ଏହି ଇସ୍ତଫାର ଯାଞ୍ଚ କରିବି। 

ବାଚସ୍ପତି ରମେଶ କୁମାର କହିଛନ୍ତି ଯେ, ବିଧାୟକମାନେ ମୋ ସହିତ କୌଣସି ଆଲୋଚନା କରିନଥିଲେ। ସେମାନେ ସିଧାସଳଖ ରାଜ୍ୟପାଳଙ୍କ ପାଖକୁ ଦୌଡ଼ିଥିଲେ। ପରେ ସେମାନେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ମୋର ଦାୟିତ୍ଵ ଦେଶର ସମ୍ବିଧାନ ଓ ଏହି ରାଜ୍ୟର  ଲୋକଙ୍କ ପ୍ରତି ରହିଛି। ମୁଁ ବିଳମ୍ବ କରୁଛି, କାରଣ ଏହି ମାଟିକୁ ମୁଁ ଭଲ ପାଉଛି।