Home > ସଂମ୍ପୂର୍ଣ୍ଣ ଖବର
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:Prime-Minister-Modi-pays-homage-to-the-birth-anniversary-of-eminent-freedom-fighter-Binayak-Damodar-Sabarkar
ନୂଆଦିଲ୍ଲୀ, ମେ ୨୮(ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ବିନୟକ ସାବରକରଙ୍କ ଜନ୍ମ ଜୟନ୍ତା ଅବସରରେ ଟୁଇଟରେ ଟ୍ୱିଟ କରି ସ୍ୱାଧୀନତା ଆନ୍ଦୋଳନରେ ତାଙ୍କର ଅବଦାନକୁ ମନେ ପକାଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଭିଡିଓ ମଧ୍ୟ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ ବିନୟକ ସାବରକରଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି, 'ମୁଁ ବୀର ସାବରକର ଜନ୍ମ ବାର୍ଷିକୀ ଅବସରରେ ତାଙ୍କୁ ପ୍ରଣାମ ଜଣାଉଛି, ତାଙ୍କ ସାହସିକତା, ସ୍ୱାଧୀନତା ଆନ୍ଦୋଳନରେ ଅବଦାନ ଏବଂ ହଜାର ହଜାର ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଆମେ ତାଙ୍କୁ ସର୍ବଦା ମନେରଖିବୁ ।'

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଭାରତୀୟ ଜନତା ପାର୍ଟିର ଟ୍ୱିଟର ହ୍ୟାଣ୍ଡେଲରେ ମଧ୍ୟ ବିନାୟକ ସାବରକରଙ୍କୁ ସ୍ମରଣ କରାଯାଇଛି, ବହୁ ବିଜେପି ନେତାଙ୍କ ସହ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

28 ମେ 1883 ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ସାବରକର ଜଣେ ବିପ୍ଳବୀ, ଲେଖକ, ହିନ୍ଦୁତ୍ୱ ଭାବନାର ସମର୍ଥକ ତଥା ଆଇନଜୀବି ଥିଲେ। ଏହି ଆନ୍ଦୋଳନ ସମୟରେ ବ୍ରିଟିଶମାନେ ତାଙ୍କୁ କାଲାପାନି ଦଣ୍ଡ ଦେଇଥିଲେ। ବିନୟକ ଦାମୋଦର ସାବରକର 26 ଫେବୃଆରୀ 1966 ରେ ମୃତ୍ୟୁ ବରଣ କରିଥିଲେ।

ତେବେ ବର୍ତ୍ତମାନ ବିନୟକ ସାବରକର ଦେଶର ରାଜନୀତିରେ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି । ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ବିନୟକ ସାବରକରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାଧୀନତା ସଂଗ୍ରାମୀ ବୋଲି କହୁଥିବାବେଳେ ସେହି ପକ୍ଷରେ କଂଗ୍ରେସ ସର୍ବଦା ଅଭିଯୋଗ କରିଆସୁଛି ଯେ ସାବରକର ଏହି କାଲାପାଣି ଦଣ୍ଡ ହ୍ରାସ କରିବାକୁ ବ୍ରିଟିଶମାନଙ୍କୁ ଅନେକ ଥର ନିବେଦନ କରିଥିଲେ ବୋଲି ।

ଏହି ପ୍ରସଙ୍ଗରେ ଦୁଇ ଦଳ ମଧ୍ୟରେ ଅନେକ ଥର ଆରୋପ ପ୍ରତ୍ୟାରୋପ ହୋଇଛି । ଗତ ବର୍ଷ ମହାରାଷ୍ଟ୍ରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ନିଜର ମ୍ୟାନିଫେଷ୍ଟୋରେ ଘୋଷଣା କରିଥିଲା ​​ବୀର ସାବରକରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ବୋଲି । ଯାହା ପରେ ଦେଶରେ ଅନେକ ବିତର୍କ ସୃଷ୍ଟି ହୋଇଥିଲା।

  • Tags: