Home > ସଂମ୍ପୂର୍ଣ୍ଣ ଖବର
ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆକାଶରୁ ସର୍ଭେ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ସାଥିରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
Khabar Odisha:Prime-Minister-Modi-surveys-from-the-sky-in-the-storm-affected-areas-of-West-Bengal-accompanied-by-Chief-Minister-Mamata-Banerjee
ପଶ୍ଚିମବଙ୍ଗ, ମେ ୨୨ (ଖବର ଓଡ଼ିଶା):

ପଶ୍ଚିମବଙ୍ଗରେ ସାମୁଦ୍ରିକ ବାତ୍ୟା ଅମ୍ଫାନ୍ ଯୋଗୁଁ ଏକ ବଡ଼ ଧରଣର କ୍ଷୟକ୍ଷତି ଘଟିଛି | ଗତ 283 ବର୍ଷ ମଧ୍ୟରେ ଏହା ହେଉଛି ସବୁଠାରୁ ଭୟଙ୍କର ବାତ୍ୟା ବୋଲି ପଶ୍ଚିମବଙ୍ଗ ଲୋକମାନେ ପ୍ରକାଶ କରିଛନ୍ତି | ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭାବିତ ଅଞ୍ଚଳଗୁଡିକର ବିମାନରୁ ସର୍ଭେ କରିବା ପାଇଁ ପଶ୍ଚିମବଙ୍ଗରେ ପହଁଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳୁ ଦିଲ୍ଲୀରୁ ବାହାରି କୋଲକାତା ବିମାନବନ୍ଦରରେ ପହଁଞ୍ଚିଛନ୍ତି ଯେଉଁଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସ୍ୱାଗତ କରିଛନ୍ତି। ଉଭୟ ନେତା ଏବେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ପ୍ରଭାବିତ ଅଞ୍ଚଳକୁ ସର୍ଭେ ପାଇଁ ଯାଇଥିବା ଜଣାପଡିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟପାଳ ଜଗଦୀପ ଧନକଡ ଏବଂ ବହୁ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଏହି ସର୍ଭେରେ ସାମିଲ ହୋଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ଉତ୍ତର ଏବଂ ଦକ୍ଷିଣ 24 ପ୍ରଗଣାର ପ୍ରଭାବିତ ଅଞ୍ଚଳରେ ବିମାନ ସର୍ଭେ କରିବେ, ଏହା ପରେ ସେ ବସିରହାଟକୁ ଯିବେ ଯେଉଁଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ବାତ୍ୟା ଅମ୍ଫାନ ଯୋଗୁଁ ପଶ୍ଚିମବଙ୍ଗରେ ଶୁକ୍ରବାର ସକାଳ ପର୍ଯ୍ୟନ୍ତ 80 ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ ପ୍ରାୟ 1 ଲକ୍ଷ କୋଟି ଟଙ୍କାର ସମ୍ଫତି କ୍ଷତି ହେବ ବୋଲି ଆକଳନ କରାଯାଇଛି।

କରୋନା ଜୀବାଣୁ ସଙ୍କଟ ମଧ୍ୟରେ ପିଏମ ମୋଦୀ 83 ଦିନ ପରେ ପ୍ରଥମ ଥର ପାଇଁ ଦିଲ୍ଲୀରୁ ବାହାରି ଅନ୍ୟ ରାଜ୍ୟକୁ ଗସ୍ତ କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ଦେଶରେ କରୋନା ସଂକ୍ରମଣର ବେଗରେ ବ୍ରେକ୍ ଲଗାଇବା ପାଇଁ 25 ମାର୍ଚ୍ଚରେ ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ କରାଯାଇଥିଲା ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ସେହିଦିନ ଠାରୁ ଦିଲ୍ଲୀରେ ରହିଥିଲେ ।

  • Tags: