Home > ସଂମ୍ପୂର୍ଣ୍ଣ ଖବର
ଲର୍ଡ୍ସରେ ଫିଞ୍ଚଙ୍କ ଶତକ, ଇଂଲଣ୍ଡକୁ ୨୮୬ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ
Khabar Odisha:Sports-cricket-odisha-eng-vs-aus-match-32-icc-cricket-world-cup-2019-australia-set-286-target-for-England
ଲର୍ଡ୍ସ, ଜୁନ୍ ୨୫(ଖବର ଓଡିଶା):

ଆଇସିସି କ୍ରିକେଟ ବିଶ୍ୱକପର ୩୨ ତମ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୮୫ ରନ କରିଛି । ଆଜି ଅଷ୍ଟ୍ରେଲିଆର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଡେଭିଡ୍ ୱାର୍ଣ୍ଣର ଓ ଅଧିନାୟକ ଆରୋନ୍ ଫିଞ୍ଚ ଦମଦାର ଆରମ୍ଭ କରିଥିଲେ । ମାତ୍ର ମିଡିଲ ଓଭରରେ ଇଂଲଣ୍ଡ ମ୍ୟାଚକୁ ଫେରିଥିଲା । ତେବେ ଆରୋନ୍ ଫିଞ୍ଚଙ୍କ ଶତକ ଓ ଶେଷ ଆଡକୁ ଆଲେକ୍ସ କେରୀଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ମୂଲ୍ୟବାନ ୭ଟି ୱିକେଟ ହରାଇ ୨୮୫ ରନ କରିବାକୁ ସମର୍ଥ ହୋଇଥିଲା । 

ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ତେବେ ଆମନ୍ତ୍ରଣ ପାଇ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆର ଦୁଇ ଓପନର ଆରୋନ ଫିଞ୍ଚ ଓ ଡେଭିଡ୍ ୱାର୍ଣ୍ଣର । ୱାର୍ଣ୍ଣର ୬୧ଟି ବଲରୁ ୬ଟି ଚୌକା ସହାୟତାରେ ୫୩ ରନ କରି ଆଉଟ ହୋଇଥିବା ବେଳକୁ ଦଳର ସ୍କୋର ୧୨୩ ରନ ହୋଇଥିଲା । ତେବେ ଅଧିନାୟକ ଆରୋନ୍ ଫିଞ୍ଚ ଦମ୍‌ଦାର ବ୍ୟାଟିଂ କରି ଶତକ ହାସଲ କରିଥିଲେ । ମାତ୍ର ନିଜର ଶତକ ପୂରଣ କରିବା ମାତ୍ରେ ବଡ ସଟ୍ ଖେଳିବାକୁ ଯାଇ ଫିଞ୍ଚ ଆଉଟ ହୋଇଥିଲେ । ଫିଞ୍ଚ ୧୧୬ଟି ବଲରୁ ୧୧ଟି ଚୌକା ଓ ୨ଟି ଛକା ସହାୟତାରେ ୧୦୦ ରନ କରିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ଉସମାନ ଖ୍ୱାଜା ୨୯ ବଲରୁ ୨୩ ରନ, ଷ୍ଟିଭ୍ ସ୍ମିଥ ୩୪ଟି ବଲରୁ ୩୮ ରନ, ଗ୍ଲେନ ମ୍ୟାକ୍ସୱେଲ୍ ୮ଟି ବଲରୁ ୧୨ ରନ, ଷ୍ଟୋଇନିସ୍ ୧୫ଟି ବଲରୁ ୮ ରନ, ଆଲେକ୍ସ କେରୀ ୨୭ଟି ବଲରୁ ୩୮ଞ୍ଚ ରନ, ପାଟ୍ କୁମିନ୍ସ ୪ଟି ବଲରୁ ୧ ରନ ଓ ମିଚେଲ ଷ୍ଟାର୍କ ୬ଟି ବଲରୁ ୪ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓକ୍ସ ୧୦ ଓଭରରେ ୪୬ ରନ ଦେଇ ସର୍ବାଧିକ ଦୁଇଟି ୱିକେଟ ହାସଲ କରିଥିବା ବେଳେ ଜୋଫ୍ରା ଆର୍ଚର, ମାର୍କ ଉଡ୍, ବେନ୍ ଷ୍ଟୋକ୍ସ ଓ ମୋଇନ ଅଲ୍ଲୀଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ତେବେ ଆଜିର ମ୍ୟାଚକୁ ଜିତିବା ପାଇଁ ଇଂଲଣ୍ଡକୁ ନିର୍ଦ୍ଧାରିତ ୫୦ ଓଭରରେ ୨୮୬ ରନ ସଂଗ୍ରହ କରିବାକୁ ପଡିବ ।