Home > ସଂମ୍ପୂର୍ଣ୍ଣ ଖବର
ଟ୍ରେନିଂ ପାଇଁ ଜାମ୍ମୁ-କାଶ୍ମୀର ଯିବେ ଧୋନି, ମଞ୍ଜୁରୀ ଦେଲେ ଜେନେରାଲ ବିପିନ୍ ରାୱତ !
Khabar Odisha:Sports-cricket-odisha-general-bipin-rawat-approves-ms-dhoni-training-in-jammu-kashmir-with-indian-army-parachute-regiment-battalion
ନୂଆଦିଲ୍ଲୀ, ଜୁଲାଇ ୨୧(ଖବର ଓଡିଶା):

ଗୋଟିଏ ପଟେ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଚୟନ ହୋଇଥିବା ବେଳେ , ଅନ୍ୟପଟେ ଏମଏସ୍ ଧୋନିଙ୍କୁ ମଧ୍ୟ ଭାରତୀୟ ସେନା ସହିତ ଟ୍ରେନିଂ ପାଇଁ ମଞ୍ଜୁରୀ ମିଳିଯାଇଛି । ଆର୍ମୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏମଏସ୍ ଧୋନିଙ୍କୁ ଇଣ୍ଡିଆନ ଆର୍ମୀଙ୍କ ସହିତ ଟ୍ରେନିଂର ଅନୁମତି ମିଳିଯାଇଛି । ନିଜେ ଆର୍ମୀ ଜେନେରାଲ ବିପିନ୍ ରାୱତ ଧୋନିଙ୍କ ଟ୍ରେନିଂକୁ ମଞ୍ଜୁରୀ ପ୍ରଦାନ କରିଥିବା ସୂଚନା ମିଳିଛି । 

ମିଳିଥିବା ସୂଚନା ଅନୁଯାୟୀ ଧୋନି ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସେନାର ପାରାସୁଟ ରେଜିମେଣ୍ଟ ବାଟାଲିୟନ ସହିତ ଟ୍ରେନିଂ ନେବେ । କାଶ୍ମୀରରେ ମଧ୍ୟ ଧୋନି ଟ୍ରେନିଂ ନେବେ ବୋଲି ଶୁଣିବାକୁ ମିଳିଛି । କିନ୍ତୁ ଧୋନିଙ୍କୁ ଆକ୍ଟିଭ ଅପରେଶନରେ ଭାଗ ନେବା ପାଇଁ ମଞ୍ଜୁରୀ ଦିଆଯାଇନାହିଁ । ଏହା ସହିତ ଧୋନିଙ୍କୁ ସିୟାଚୀନ ଯିବିକୁ ମଧ୍ୟ ସୁଯୋଗ ମିଳିପାରେ । 

ସୂଚନାଯୋଗ୍ୟ ଯେ, ଧୋନି ଏହା ପୂର୍ବରୁ ମଧ୍ୟ ଜାମ୍ମୁ-କାଶ୍ମୀର ଯାଇସାରିଛନ୍ତି । ୨୦୧୭ରେ ଧୋନି ଜାମ୍ମୁ-କାଶ୍ମୀରର ବାରାମୁଲା ଯାଇଥିଲେ, ସେଠାରେ ଅତୀଥି ଭାବେ ଇଣ୍ଡିଆନ୍ ଆର୍ମୀ ପକ୍ଷରୁ ଆୟୋଜନ କରାଯାଇଥିବା କ୍ରିକେଟ ମ୍ୟାଚରେ ଭାଗ ନେଇଥିଲେ । ଭାରତୀୟ ସେନାର ୟୁନିଫର୍ମ ପିନ୍ଧି ଏହି ମ୍ୟାଚକୁ ଦେଖିବା ପାଇଁ ପହଞ୍ଚିଥିଲେ ଧୋନି । 

ଏଠାରେ କହି ରଖୁଛୁ ଯେ, ଏମଏସ ଧୋନିଙ୍କୁ ୨୦୧୧ରେ ଭାରତୀୟ ଟେରିଟୋରିଆଲ୍ ଆର୍ମୀରେ ଲେପ୍ଟନାଣ୍ଟ କର୍ନଲ ପଦ ଦିଆଯାଇଥିଲା । ଭାରତୀୟ ସେନା ପାଇଁ ଧୋନିଙ୍କ ଭଳ ପାଇବା କାହା ପାଇଁ ଅଜଣା ନୁହେଁ । ଭାରତୀୟ ଦଳକୁ ଭିନ୍ନ ଏକ ପରିଚୟ ଦେବା ସହିତ ଦୁଇ ଦୁଇଥର ବିଶ୍ୱ ବିଜେତା କରାଇଥିବା ମହେନ୍ଦ୍ର ସିଂହ ଧୋନି କ୍ରିକେଟର ନୁହେଁ, ଜଣେ ବୀର ଯବାନ ହେବାକୁ ଚାହୁଁଥିଲେ । ଏକ ଇଣ୍ଟରଭ୍ୟୁରେ ଧୋନି ନିଜେ ଏ କଥା ପ୍ରକାଶ କରିଥିଲେ । କିନ୍ତୁ ଜଣେ ମହାନ କ୍ରିକେଟର ହେବା ପରେ ଧୋନିଙ୍କ ଭାରତୀୟ ସେନାରେ ଯୋଗ ଦେବାର ଇଚ୍ଛା ମଧ୍ୟ ପୂରଣ ହୋଇଯାଇଥିଲା ।