Home > ସଂମ୍ପୂର୍ଣ୍ଣ ଖବର
ମୋ ପାଇଁ ବିରାଟ କ୍ରିକେଟର ଭଗବାନ- ଇଂଲଣ୍ଡର ପୂର୍ବତନ ଖେଳାଳି
Khabar Odisha:Sports-cricket-odisha-graeme-swann-says-virat-kohli-is-a-modern-day-jesus
ଇଂଲଣ୍ଡ,ଜୁନ ୨୫(ଖବର ଓଡିଶା):

ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୧୯ରେ ଭାରତ ଭଲ ପ୍ରଦର୍ଶନ କରୁଛି । ଦଳ ଖେଳିଥିବା ୫ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇଥିବା ବେଳେ ଆଉ ଗୋଟିଏ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଛି । ତେବେ ଆୟୋଜକ ଇଂଲଣ୍ଡକୁ ମଧ୍ୟ ସାରା ବିଶ୍ୱର କ୍ରିକେଟପ୍ରେମୀ ପ୍ରଶଂସା କରିବାରେ ଲାଗିଛନ୍ତି । ସବୁଠାରୁ ବଡ କଥା କି ଇଂଲଣ୍ଡର ପୂର୍ବତନ କ୍ରିକେଟର ଗ୍ରେମ ସ୍ୱାନ ବିରାଟ କେହାଲିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ବିରାଟଙ୍କୁ ସେ କ୍ରିକେଟର ଭଗବାନ ବୋଲି କହିଛନ୍ତି ।

ସ୍ୱାନ୍ କୋହଲିଙ୍କ ଖେଳର ତାରିଫ କରିଛନ୍ତି । ସେ କହିଛନ୍ତି,ପାକିସ୍ତାନ ବିରୋଧରେ ଖେଳାଯାଇଥିବା ମ୍ୟାଚରେ ବିରାଟଙ୍କ ଖେଳୁଆଡ ମନୋଭାବ ସମସ୍ତଙ୍କ ହୃଦୟ ଜିତିନେଇଛି । ତାଙ୍କ ବ୍ୟାଟରେ ବଲ ବାଜି ନଥିଲା କିନ୍ତୁ ସେ ଆମ୍ବାୟାରଙ୍କୁ ନଦେଖି ପ୍ୟାଭିଲିୟନ ଫେରିଥିଲେ । ଯାହା ତାଙ୍କର ଖେଳପ୍ରତି ଭଲପାଇବାର ପ୍ରମାଣ । ବିରାଟ କୋହଲି ତାଙ୍କ ପାଇଁ କ୍ରିକେଟର ଭଗବାନ ।

ବିଶ୍ୱକପରେ ବିରାଟଙ୍କ ଭଲ ପ୍ରଦର୍ଶନ

ଚଳିତ ବିଶ୍ୱକପରେ ବିରାଟ ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ସେ ୮୨ ହାରରେ ୨୪୪ରନ କରିଛନ୍ତି । ଯେଉଁଥିରେ ତିନୋଟି ଅର୍ଧଶତକ ସାମିଲ ରହିଛି । କିନ୍ତୁ ତାଙ୍କ ବ୍ୟାଟରୁ ଗୋଟିଏ ହେଲେ ଶତକ ଦେଖିବାକୁ ମିଳିନାହିଁ । ଏପରିକି ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । କୋହଲି ମାତ୍ର ୨୨୨ଟି ଇନିଂସରେ ଦ୍ରୁତତମ ୧୧ହଜାର ରନ୍ ପୂରଣ କରିଛନ୍ତି । ଯାହା ପୂର୍ବରୁ ସଚିନଙ୍କ ନାମରେ ଥିଲା । ସଚିନ ୨୭୬ଟି ଇନିଂସରେ ୧୧ ହଜାର ରନ ପୂରଣ କରିଥିଲେ ।