ନୂଆଦିଲ୍ଲୀ, ଜୁଲାଇ ୨୧(ଖବର ଓଡିଶା):
ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ତାର ପ୍ରଥମ ସିରିଜ ୱେଷ୍ଟଇଣ୍ଡିଜ ବିପକ୍ଷରେ ୱେଷ୍ଟଇଣ୍ଡିଜରେ ଖେଳିବ । ଏହି ଗସ୍ତ ପାଇଁ ରବିବାର ଦିନ ଚୟନକର୍ତ୍ତା କମିଟି ଟିମ୍ ଇଣ୍ଡିଆର ଘୋଷଣା କରିଛନ୍ତି । ଭାରତୀୟ ଦଳ ଏହି ଗସ୍ତରେ ୩ଟି ଟି-୨୦, ୩ଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ ।
ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଚୟନ କମିଟି କିଛି ଯୁବ ଚେହେରାଙ୍କୁ ଏହି ଗସ୍ତରେ ସାମିଲ କରିଛନ୍ତି । ବିରାଟ କୋହଲି ଏହି ଗସ୍ତରେ ଟିମ୍ ଇଣ୍ଡିଆର ମଙ୍ଗ ସମ୍ଭାଳିବେ । ଏହି ଅବସରରେ ମୁଖ୍ୟ ଚୟନକର୍ତ୍ତା ନିକଟରେ ଅବସର ନେଇଥିବା ଅମ୍ୱତି ରାଇଡୁଙ୍କ ବିଷୟରେ କହିଥିଲେ । କାହିଁକି ତାଙ୍କୁ ବିଶ୍ୱକପ ଦଳରେ ସାମିଲ କରାଯାଇ ନଥିଲା ସେ କଥା କହିଥିଲେ ।
ଏମଏସକେ ପ୍ରସାଦ କହିଥିଲେ ଯେ, ଯେବେ ଅମ୍ୱତି ରାଇଡୁଙ୍କୁ ଟି-୨୦ ପ୍ରଦର୍ଶନ ଆଧାରରେ ଦିନିକିଆ ଦଳରେ ଚୟନ କରାଯାଇଥିଲା, ସେତେବେଳେ ଚୟନକର୍ତ୍ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । କିନ୍ତୁ ଏହା ପରେ ମଧ୍ୟ ଆମେ ରାଇଡୁଙ୍କୁ ନେଇ ଅନେକ ବିଚାର କରିଥିଲୁ । ଯେବେ ରାଇଡୁ ୟୋ-ୟୋ ଫିଟନେସ୍ ଟେଷ୍ଟରେ ଫେଲ ହୋଇଯାଇଥିଲେ, ଆମେ ତାଙ୍କ ଦ୍ୱାରା ଫିଟନେସ ପ୍ରୋଗ୍ରାମ ମଧ୍ୟ କରାଇଥିଲୁ । କିନ୍ତୁ କିଛି କମ୍ୱିନେଶନ କାରଣରୁ ସେ ବିଶ୍ୱକପ ଦଳରେ ସାମିଲ ହୋଇପାରିଲେ ନାହିଁ । ଏଭଳି ଭାବରେ ଚୟନ କମିଟିକୁ ପକ୍ଷପାତିତା ବୋଲି କୁହାଯାଇ ପାରିବନାହିଁ ।
ଏହା ବ୍ୟତୀତ ଯେବେ ରାଇଡୁଙ୍କ ଟ୍ୱିଟ ବିଷୟରେ ପଚରାଯାଇଥିଲା, ପ୍ରସାଦ କହିଥିଲେ, ଭଲ ଟ୍ୱିଟ ଥିଲା,ମୁଁ ଏହାକୁ ମଜା କରିଥିଲି, ଟାଇମିଂ ହିସାବରେ ହିଁ ଥିଲା, ଦମଦାର୍ । ସୂଚନାଯୋଗ୍ୟ ଯେ, ବିଶ୍ୱକପ ଦଳରେ ଅମ୍ୱତି ରାଇଡୁଙ୍କ ବଦଳରେ ବିଜୟ ଶଙ୍କରଙ୍କୁ ଚୟନ କରାଯାଇଥିଲା ଏବଂ ତାଙ୍କ ପରେ ରିପ୍ଲେସ ପ୍ଲେୟାର ଭାବେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିଥିଲା । ଏହାପରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ ରାଇଡୁ ।