Home > ସଂମ୍ପୂର୍ଣ୍ଣ ଖବର
ବିରାଟ୍ କୋହଲି କହିଲେ କାହିଁକି ବିଶ୍ୱକପ ଦଳରେ ପନ୍ତଙ୍କ ବଦଳରେ ସ୍ଥାନ ପାଇଲେ କାର୍ତ୍ତିକ୍
Khabar Odisha:Sports-cricket-odisha-virat-kohli-reveals-why-rishabh-pant-lost-out-to-dinesh-karthik
ନୂଆଦିଲ୍ଲୀ, ମେ ୧୫ (ଖବର ଓଡିଶା):

ବିଶ୍ୱକପ ୨୦୧୯ ପାଇଁ ଯେବେ ଭାରତୀୟ ଦଳ ଘୋଷଣା ହେଲା, ସେତେବେଳେ ଗୋଟିଏ ନାଁ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲା । ମହେନ୍ଦ୍ର ସିଂହ ଧୋନିଙ୍କ ବିକଳ୍ପ ୱିକେଟ କିପର ପାଇଁ ଅନୁଭବୀ ୱିକେଟ କିପର ଦିନେଶ କାର୍ତ୍ତିକଙ୍କୁ ୧୫ ଜଣିଆ ସଦସ୍ୟରେ ସ୍ଥାନ ପାଇଲେ । କିନ୍ତୁ ଦିନେଶଙ୍କ ପାଇଁ ୧୫ ଜଣିଆ ଦଳରେ ସ୍ଥାନ ପାଇ ପାରିଲେ ନାହିଁ ଯୁବ ୱିକେଟ କିପର ରିଷଭ ପନ୍ତ । ଏହାପରେ ଚର୍ଚ୍ଚା ଜୋର ଧରିଥିଲା । ଅନେକ ଲୋକ ଏହି ନିଷ୍ପତ୍ତିରେ ଆଶ୍ଚର‌୍ୟ୍ୟ ମଧ୍ୟ ହୋଇଥିଲେ । 

ବରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଏହି ନିଷ୍ପତ୍ତିରେ ସହମତି ହୋଇନଥିଲେ । ସେ କହିଥିଲେ କି ଭାରତୀୟ ଦଲକୁ ଏହି ବାମହାତୀ ବ୍ୟାଟ୍ସମ୍ୟାନର ଆବଶ୍ୟକତା ଅନୁଭବ ହେବ । ପୂର୍ବ ଅଷ୍ଟ୍ରେଲିଆନ ଅଧିନାୟକ ରିକି ପଣ୍ଟିଂ ମଧ୍ୟ ପନ୍ତଙ୍କ ସପକ୍ଷରେ ରହିବା ସହିତ କାର୍ତ୍ତିକଙ୍କ ଚୟନକୁ ନେଇ ଆଶ୍ଚର‌୍ୟ୍ୟ ହୋଇଥିଲେ । ଏହି ବିବାଦ ଉପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ନିଜର ମତ ରଖିଛନ୍ତି । 

ବିରାଟ କୋହଲି କହିଥିଲେ ଯେ, ଦଳର ସଂକଟ ସ୍ଥିତିରେ କାର୍ତ୍ତିକ ଧର‌୍ୟ୍ୟର ସହିତ ଖେଳ ଦେଖାଇଛନ୍ତି । ଟିମ ମ୍ୟାନେଜମେଣ୍ଟର ସମସ୍ତ ସଦସ୍ୟ କାର୍ତ୍ତିକଙ୍କ ଏହି ଦକ୍ଷତା ବିଷୟରେ ବେଶ୍ ଭଲଭାବରେ ଜାଣନ୍ତି । ସେ ନିଜେ ମଧ୍ୟ କାର୍ତ୍ତିକଙ୍କ ଅନୁଭବ କଥା କହିଥିବା କହିଥିଲେ । ସେ କହିଥିଲେ, ଦିନେଶ କାର୍ତ୍ତିକଙ୍କ ପଖରେ ଅନୁଭବ ଅଛି । ଭଗବାନ ନ କରନ୍ତୁ ଯେ ମହେନ୍ଦ୍ର ସିଂହ ଧୋନିଙ୍କ କିଛି ହୁଏ ତେବେ ୱିକେଟ ପଛରେ କାର୍ତ୍ତିକ ବହୁତ ଉପଯୋଗୀ ହୋଇପାରିବେ । 

କାର୍ତ୍ତିକ ୱିକେଟ୍ କିପିଂ ସହିତ ଲିମିଟେଡ୍ ଓଭର ଖେଳରେ ଜଣେ ଭଲ ଫିନିସର ଭାବରେ ମଧ୍ୟ ପରିଚିତ । ତାଙ୍କ ଏହି ଦକ୍ଷତା ଉପରେ ଅଧିନାୟକ କୋହଲି କହିଥିଲେ ଯେ, ଜଣେ ଫିନିସର ଭାବରେ ସେ ଭଲ ପ୍ରଦର୍ଶନ କରିଛନ୍ତି । ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ କ୍ରିକେଟ ଫର୍ମାଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟରେ ମୁଁ କେବଳ ଏହି ବିଷୟକୁ ହିଁ ଧ୍ୟାନରେ ରଖାଯାଇଛି । କେବଳ ସେଥିପାଇଁ ରିଷଭ ପନ୍ତ ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲେ ।