Home > ସଂମ୍ପୂର୍ଣ୍ଣ ଖବର
ବାତ୍ୟା ବୁଲବୁଲ ପ୍ରଭାବ : କେନ୍ଦ୍ରାପଡ଼ା ରାଜନଗରରେ ସର୍ବାଧିକ ବର୍ଷା ରେକର୍ଡ଼
Khabar Odisha:State-Cyclone-Bulbul-Heavy-rain-in-Rajnagar-Kendrapara
ଭୁବନେଶ୍ୱର, ନଭେମ୍ବର ୦୯(ଖବର ଓଡ଼ିଶା):

ଓଡ଼ିଶା ଉପକୂଳ ଦେଇ ଗତି କରୁଛି ଭୟଙ୍କର ବାତ୍ୟା ବୁଲବୁଲ । ଏହା ପ୍ର୍ରଭାବରେ ପାରାଦୀପ, କେନ୍ଦ୍ରାପଡ଼ା, ଜଗତସିଂହପୁର. ଭଦ୍ରକ, ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି । ବୁଲ୍‌ବୁଲ୍ ପ୍ରଭାବରେ କେନ୍ଦ୍ରାପଡ଼ାର ରାଜନଗରରେ ସର୍ବାଧିକ ବର୍ଷା ହୋଇଛି । 

ପାରାଦୀପଠାରୁ ୧୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଭୟଙ୍କର ବାତ୍ୟା ବୁଲବୁଲ ।  ଘଣ୍ଟାପ୍ରତି ୧୩ କିମି ବେଗରେ ଗତି କରୁଛି ବୁଲବୁଲ । ବୁଲ୍‌ବୁଲ୍‌ ସଂଧ୍ୟା ୭ରୁ ରାତି ୧୦ ଭିତରେ ପଶ୍ଚିମବଙ୍ଗର ସୁନ୍ଦରବନ ଠାରେ ଲ୍ୟାଣ୍ଡଫଲ୍ କରିପାରେ । ଗତ ୨୪ଘଣ୍ଟାରେ ପାରାଦୀପ ଠାରେ ସର୍ବାଧିକ ୧୫୯ମିମି ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ।  ରାଜନଗରରେ ୧୮୦ ମିମି ବର୍ଷା ରେକର୍ଡ କରାଯାଇଛି । ୨୪ ଘଣ୍ଟା ଭିତରେ ସର୍ବାଧିକ ବର୍ଷା ହୋଇଛି ରାଜନଗରରେ । ଚାନ୍ଦବାଲିରେ ୧୪୩ମିମି ବାଲେଶ୍ୱରରେ ୩୨ମିମି ବର୍ଷା ରେକର୍ଡ଼ ହୋଇଛି । ଆଜି ଅପରାହ୍ନ ସୁଦ୍ଧା ବାଲେଶ୍ୱର, ଭଦ୍ରକରେ ବର୍ଷାର ପରିମାଣ ବଢିବ । ଉପକୂଳବର୍ତ୍ତୀ  କିଛି ସ୍ଥାନରେ ଗଛ ଉପୁଡିଛି, ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି । କେନ୍ଦ୍ରାପଡ଼ାରେ ଗଛ ଉପୁଡ଼ିବା ସହ ଗୋଟିଏ ସ୍ଥାନରେ ଘର ଭାଙ୍ଗିଥିବା ସୂଚନା ମିଳିଛି । କେନ୍ଦ୍ରାପଡ଼ାର ଆଳି, ରାଜକନିକା ବ୍ଲକରେ ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିମି ରହିଛି ।

  • Tags: