Home > ସଂମ୍ପୂର୍ଣ୍ଣ ଖବର
ବାତ୍ୟା “ଫୋନି” ସଫଳ ମୁକାବିଲାରେ ପ୍ରଶଂସିତ ଓଡ଼ିଶା, ‘ବାୟୁ’ପାଇଁ ପରାମର୍ଶ ଲୋଡ଼ିଲା ଗୁଜୁରାଟ
Khabar Odisha:State-National-Odisha-Gujurat-seek-advice-for-bayu-Cyclone
ଭୁବନେଶ୍ୱର, ଜୁନ ୧୨ (ଖବର ଓଡ଼ିଶା):

ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’  ଜୁନ ୧୩ରେ ଗୁଜୁରାଟ ଉପକୂଳ ଛୁଇଁବ । ତେଣୁ ନିକଟରେ ଓଡ଼ିଶା ସାମନା କରିଥିବା ବାତ୍ୟା ‘ଫୋନି’କୁ ଦୃଷ୍ଟିରେ ରଖି ଗୁଜୁରାଟ ଓଡ଼ିଶାର ପରାମର୍ଶ ଲୋଡ଼ିଛି ।

ଓଡ଼ିଶାରେ ବାତ୍ୟା ଫୋନି ତାଣ୍ଡବ ରଚିଛି । କିନ୍ତୁ କିଛି ପୂର୍ବ ପ୍ରସ୍ତୁତି ପାଇଁ କ୍ଷୟକ୍ଷତି ସାମାନ୍ୟ ଟଳିଯାଇଥିଲା । ଯାହା ବାତ୍ୟା “ଫୋନି”ରେ ସଫଳ ମୁକାବିଲା କରିଥିବା ନେଇ ଓଡ଼ିଶା ପ୍ରଶଂସା ସାଉଁଟୁଛି । ତେଣୁ ଆଗକୁ ଆସୁଥିବା ସାମୁଦ୍ରକି ଝଡ଼ ‘ବାୟୁ’ରେ ଯେପରି ଗୁଜୁରାଟରେ କୈାଣସି କ୍ଷୟକ୍ଷତି ନ ହୁଏ ସେନେଇ ବାତ୍ୟା ମୁକାବିଲା ପ୍ରସ୍ତୁତି କରିବାକୁ ଗୁଜୁରାଟ ସରକାର ଓଡ଼ିଶା ଠାରୁ କିଛି ପରାମର୍ଶ ଲୋଡ଼ିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶାସନ ସଚିବଙ୍କ ସହ ଗୁଜୁରାଟ ସରକାର ଆଲୋଚନା କରିଛନ୍ତି । ଏହି ଆଲୋଚନା କରି ଜରୁରୀକାଳୀନ ପରିସ୍ଥିତିରେ କିଭଳି ପଦକ୍ଷେପ ନିଆଯିବ ସେନେଇ ଗୁଜୁରାଟ ମୁଖ୍ୟ ଶାସନ ସଚିବ ଜେ.ଏନ ସିଂ ପରାମର୍ଶ ନେଇଛନ୍ତି ।

ସାମୁଦ୍ରିକ ଝଡ଼ ମହାରାଷ୍ଟ୍ରରୁ ଉତ୍ତର ଦିଗରେ ଗୁଜୁରାଟ ଦିଗରେ ଅଗ୍ରସର ହେବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ବୁଲେଟିନ ଅନୁସାରେ ‘ବାୟୁ’ ଗୁଜୁରାଟ ଉପକୂଳ ପୋରବନ୍ଦର ଓ କଚ୍ଛ ମଧ୍ୟରେ ସ୍ଥଳ ଭାଗକୁ ଛୁଇଁବାର ଆଶା କରାଯାଉଛି । ଫଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡ଼ ଅଧିକ ଉଗ୍ର ରୂପ ନେବାର ଆଶଙ୍କା କରାଯାଉଛି । ଗୁଜୁରାଟର ଅଧିକାରୀ ମାନେ ଓଡ଼ିଶାରେ ଗତ ମେ’ମାସ ୩ ତାରିଖରେ ଆସିଥିବା ବାତ୍ୟା ‘ଫୋନି’ ସମୟରେ ଯେଭଳି ଭାବରେ ମୁକାବିଲା କରାଯାଇଥିଲା, ତାହା ଅନୁସରଣ କରୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୈଠକ ଡାକି ପ୍ରସ୍ତୁତି ସଂପର୍କରେ ଅବଗତ ହୋଇଛନ୍ତି । ବାୟୁ ଉତ୍ତର ଦିଗରେ ଅଗ୍ରସର ହେଉଛି ଏବଂ ଏହା ଜୁନ ୧୩ରେ ଉପକୂଳ ଓଡ଼ିଶା ଛୁଇଁବ । ବାୟୁ ପ୍ରଭାବରେ ଘଣ୍ଟା ପ୍ରତି ୧୧୦ ରୁ ୧୩୦ କିଲୋମିଟର ବେଗରେ ପବନ ବହିବ ।

  • Tags: