Home > ସଂମ୍ପୂର୍ଣ୍ଣ ଖବର
ଧାମରା କୂଳରେ ଲାଗିଲା ପଶ୍ଚିମବଙ୍ଗର ୨୮ଟି ବୋଟ, ବାତ୍ୟା ୱାର୍ଣ୍ଣିଂ ପାଇଁ ଓଡ଼ିଶାରେ ନେବେ ଆଶ୍ରୟ
Khabar Odisha:State-Odisha-28-Ships-from-West-Bengal-came-to-Dhamara-Port-for-Bulbul-cyclone
ଭୁବନେଶ୍ୱର, ନଭେମ୍ବର ୦୮(ଖବର ଓଡ଼ିଶା):

ଧାମରା କୂଳରେ ଲାଗିଲା ପଶ୍ଚିମବଙ୍ଗର ୨୮ଟି ବୋଟ । ବର୍ତ୍ତମାନ ସୁଦ୍ଧା ୨୮ଟି ବୋଟ ପହଂଚିଥିବା ବେଳେ ଅନ୍ୟଗୁଡ଼ିକ ଫେରୁଥିବା ଜଣାପଡ଼ିଛି । ଗଭୀର ସମୁଦ୍ରରେ ଫସି ରହିଥିଲେ ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ । ବାତ୍ୟା ୱାର୍ଣ୍ଣିଂ ପରେ ଆଶ୍ରୟ ପାଇଁ ଓଡ଼ିଶା ଫେରିଥିବା ଜଣାପଡ଼ିିଛି ।

ଭୟଙ୍କର ରୂପ ନେଇଥିବା ବାତ୍ୟା ବୁଲବୁଲ ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ।  ତେଣୁ ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀମାନେ ସାହାଯ୍ୟ ପାଇଁ ଧାମରା କୂଳରେ ପହଂଚିଛନ୍ତି । ଧାମରା ମାଛଧରା ଜେଟି, ଚନ୍ଦନୀପାଳ ଓ କାଳିନାଳିରେ ଏହି ବୋଟ ଗୁଡ଼ିକ ଲାଗିଥିବା ଜଣାପଡ଼ିଛି । ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ ଗଭୀର ସମୁଦ୍ରରେ ଫସି ରହିଥିଲେ । ବାତ୍ୟା ୱାର୍ଣ୍ଣିଂ ପରେ ଆଶ୍ରୟ ପାଇଁ ତୁରନ୍ତ ଓଡ଼ିଶା ଧାମରା କୂଳକୁ ଫେରିଥିବା ଜଣାପଡ଼ିିଛି । 

ଉଲ୍ଲେଖଯୋଗ୍ୟ ଯେ, ଆଜି ଲୋକସେବା ଭବନରେ ବାତ୍ୟା ବୁଲବୁଲର ସ୍ଥିତି ସମୀକ୍ଷା ନେଇ କ୍ୟାବିନେଟ ସଚିବଙ୍କ ସହ ଭିଡ଼ିଓ କନଫେରେସିଂରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ପଶ୍ଚିମବଙ୍ଗର କିଛି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ରହିଯାଇଥିବା ସରକାର କହିଥିଲେ । ସେହି ମତ୍ସ୍ୟଜୀବୀମାନେ ଓଡ଼ିଶାର ଧାମରା ବନ୍ଦର ନିକଟରେ ପହଂଚିବେ । ସେମାନଙ୍କ ସୁରକ୍ଷା ପାଇଁ ପଶ୍ଚିମବଙ୍ଗ ସରକାର ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଥିଲେ ।

  • Tags: