Home > ସଂମ୍ପୂର୍ଣ୍ଣ ଖବର
ଆଖି ବୁଜିଲେ ଟ୍ରେନରେ ଜନ୍ମ ନେଇଥିବା ୩ ନବଜାତ ଶିଶୁପୁତ୍ର
Khabar Odisha:State-Odisha-3New-born-baby-boy-Died
ଭଦ୍ରକ, ନଭେମ୍ବର ୧୫(ଖବର ଓଡ଼ିଶା):

ଜନ୍ମ ଏକାଠି ମୃତ୍ୟୁ ବି ଏକାଠି । ଭଦ୍ରକରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଆଜି ଟ୍ରେନରେ ଜନ୍ମ ହୋଇଥିଲେ ୩ଶିଶୁ ପୁତ୍ର । କିନ୍ତୁ ଟ୍ରେନରେ ଜନ୍ମ ନେଇଥିବା ୩ନବଜାତ ଶିଶୁପୁତ୍ରର ଚିକିତ୍ସାଧିନ ଅବସ୍ଥାରେ ଭଦ୍ରକ ମେଡିକାଲରେ ମୃତ୍ୟୁ ଘଟିଛି ।

ସୂଚନାନୁସାରେ,  ଆଜି ଜଣେ ମହିଳା ଟ୍ରେନ ଯାତ୍ରା ସମୟରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ସେ ଭଦ୍ରକ ଷ୍ଟେସନରେ ଟ୍ରେନରେ ହିଁ ୩ଟି ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଜନ୍ମ ନେଇଥିବା ୩ ଅସୁସ୍ଥ ନବଜାତ ଶିଶୁପୁତ୍ର ଓ ପ୍ରସୂତିଙ୍କୁ ଜିଆରପି ପକ୍ଷରୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ନବଜାତ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ପ୍ରସୂତି ଜଣକ ଆସାମର ଜଣେ ମହିଳା । ସେ ବେଙ୍ଗାଲୁରୁ-ଗୈାହାଟି ଏକ୍ସପ୍ରେସରେ ଆସୁଥିଲେ । ବର୍ତ୍ତମାନ ଭଦ୍ରକ ମେଡିକାଲରେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ।

  • Tags: