Home > ସଂମ୍ପୂର୍ଣ୍ଣ ଖବର
ନୟାଗଡ଼ : ଢାବା ଉପରକୁ ବୋମା ମାଡ଼
Khabar Odisha:State-Odisha-Bomb-attack-on-A-Hotel
ନୟାଗଡ଼, ଜୁନ୧୩(ଖବର ଓଡ଼ିଶା):

ନୟାଗଡ଼ ଗୋଡ଼ିପଡ଼ାରେ କିଛି ଦୁର୍ବୃତ୍ତ ଏକ ଢାବା ଉପରକୁ ବୋମାମାଡ଼ କରି ଟଙ୍କା ଲୁଟିନେଇଛନ୍ତି । ଘଟଣାପଛର କାରଣ ଅସ୍ପଷ୍ଟ ରହିଛି । 

ସୂଚନାନୁଯାୟୀ, ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଗୋଡ଼ିପଡ଼ାରେ ସାତଜଣ ଦୁର୍ବୃତ୍ତ ଆସି ସେଠାରେ ଥିବା ଏକ ଢାବା ଉପରକୁ ହଠାତ ବୋମାମାଡ଼ କରିଥିଲେ । ଏହା ସହ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ । ଏହି ଘଟଣାରେ ଢାବାରେ କାର୍ଯ୍ୟ କରୁଥିବା ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି । ଏହାସହ ବୋମାମାଡ଼ରେ ଗୋଟିଏ ବାଇକରେ ନିଆଁ ଲାଗି ପୋଡ଼ିଯାଇଥିବା ଜଣାପଡ଼ିଛି । ଖବର ପାଇ ଶରଣକୂଳ ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇଟି ବୋମା ଜବତ ସହ ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଏପରି ବୋମାମାଡ଼ ଓ ଲୁଟ ହୋଇଛି ତାହା ଅସ୍ପଷ୍ଟ ରହିଛି । 

  • Tags: