Home > ସଂମ୍ପୂର୍ଣ୍ଣ ଖବର
ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ କମିବ ବାତ୍ୟା ବୁଲବୁଲ ପ୍ରଭାବ, ତଳିଆ ଅଂଚଳରେ ହୋଇପାରେ ଫସଲ ନଷ୍ଟ
Khabar Odisha:State-Odisha-Cyclone-BulBul-Heavy-rainfall-will-continue-to-some-places-till-afternoon-or-evening-todayCyclone-BulBul-Heavy-rainfall-will-continue-to-some-places-till-afternoon-or-evening-today
ଭୁବନେଶ୍ୱର, ନଭେମ୍ବର ୦୯(ଖବର ଓଡ଼ିଶା):

 ଅତି ଭୟଙ୍କର ରୂପ ଧାରଣ କରିଛି ବାତ୍ୟା ବୁଲବୁଲ । ବର୍ତ୍ତମାନ ଏହି ଭୟଙ୍କର ବାତ୍ୟା ବୁଲବୁଲ ଓଡ଼ିଶା ଉପକୂଳ ଦେଇ ଗତି କରୁଛି । ଏହା ପ୍ର୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର. ଭଦ୍ରକ, ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି । କିନ୍ତୁ ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶାରୁ ଏହି ପ୍ରକୋପ କମିବ । ଏନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । 

ପାରାଦୀପଠାରୁ ୧୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଭୟଙ୍କର ବାତ୍ୟା ବୁଲବୁଲ ।  ଘଣ୍ଟାପ୍ରତି ୭ କିମି ବେଗରେ ଗତି କରୁଛି ବୁଲବୁଲ । ବୁଲ୍‌ବୁଲ୍‌ ସଂଧ୍ୟା ୭ରୁ ରାତି ୧୦ ଭିତରେ ପଶ୍ଚିମବଙ୍ଗର ସୁନ୍ଦରବନ ଠାରେ ଲ୍ୟାଣ୍ଡଫଲ୍ କରିପାରେ ।  ଓଡ଼ିଶାରେ ବୁଲ୍‌ବୁଲ୍‌ ପ୍ରଭାବରେ ଆଉ ୮ରୁ ୯ ଘଣ୍ଟା ଯାଏଁ ବର୍ଷା ଓ ପବନର ପ୍ରକୋପ ରହିବ । ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିବା ବର୍ଷା ଓ ପବନ ଧିରେ ଧିରେ କମିବ । 

ଓଡ଼ିଶାରେ ଆପାତତଃ ସ୍ଥିତି ଭଲ ରହିଛି । ବତ୍ତର୍ମାନ ବିଭିନ୍ନ ସ୍ଥାନରେ ୭୦ରୁ ୮୦ କିମି ବେଗରେ ପବନ ବହୁଛି । ପଶ୍ଚିମବଙ୍ଗ ଧୀବରମାନଙ୍କୁ ଧାମରା ଓ ତାଳଚୁଆରେ ରଖାଯାଇଛି । କିଛି ସ୍ଥାନରେ ଗଛ ଉପୁଡ଼ିଥିବା ମଧ୍ୟ ଖବର ମିଳିଛି । ବୁଲବୁଲ ପ୍ରଭାବରେ କଣ କ୍ଷତି ହୋଇଛି ବର୍ତ୍ତମାନଠୁ କହିହେବ ନାହିଁ । କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଭିଡ଼ିଓ କନଫେରେସିଙ୍ଗରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଆଲୋଚନା ହେବ । ଫସଲକୁ ନେଇ କୃଷି ବିଭାଗଓ ଓୟୁଏଟି ପକ୍ଷରୁ ପରାମର୍ଶ ଜାରି କରାଯାଇଥିଲା । ତଳିଆ ଅଂଚଳରେ ବର୍ତ୍ତମାନ ସୁଦ୍ଧା ଧାନ ଫସଲ ଅମଳ ହୋଇନି । ତେଣୁ ଏହା କ୍ଷୟକ୍ଷତି ହୋଇପାରେ ବୋଲି ଆଶଙ୍କା କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । 

  • Tags: