Home > ସଂମ୍ପୂର୍ଣ୍ଣ ଖବର
ବାତ୍ୟା ବୁଲବୁଲ ପ୍ରଭାବ: ପ୍ରବଳ ପବନ ଯୋଗୁଁ ଧାମରାରେ ବୋଟରୁ ଖସି ଜଣଙ୍କ ମୃତ୍ୟୁ
Khabar Odisha:State-Odisha-Cyclone-Bulbul-Effect-in-Odisha-1Dead
ଭୁବନେଶ୍ୱର, ନଭେମ୍ବର ୦୯(ଖବର ଓଡ଼ିଶା):

ଅତି ଭୟଙ୍କର ରୂପ ଧାରଣ କରିଛି ବାତ୍ୟା ବୁଲବୁଲ । ବର୍ତ୍ତମାନ ଏହି ଭୟଙ୍କର ବାତ୍ୟା ବୁଲବୁଲ ଓଡ଼ିଶା ଉପକୂଳ ଦେଇ ଗତି କରୁଛି । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନ ଜାରି ରହିଥିବା ବେଳେ ଘଟିଛି ଏକ ଅଘଟଣ । ପ୍ରବଳ ପବନ କାରଣରୁ ଧାମରାରେ ବୋଟରୁ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। 

ବାତ୍ୟା ବୁଲବୁଲ ପ୍ର୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଅଂଚଳ ତଥା ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ଜାରି ରହିଛି । ପାରାଦୀପଠାରୁ ୯୫ କିମି  କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ବୁଲବୁଲ ।  ଘଣ୍ଟାପ୍ରତି ୧୫ କିମି ବେଗରେ ପଶ୍ଚିମବଙ୍ଗ ମୁହାଁ ହୋଇ ଗତି କରୁଛି ବାତ୍ୟା ବୁଲବୁଲ । ତେବେ ବତ୍ତର୍ତ୍ତମାନ ଭଦ୍ରକ ଜିଲ୍ଲା ଧାମରାରେ ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବହୁଛି । ଫଳରେ ପ୍ରବଳ ପବନ ଯୋଗୁଁ ଧାମରା ତାଳଚୁଆରେ ବୋଟରୁ ସମୁଦ୍ରକୁ ଖସି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି । ସେ ମାଛ ଧରି “ମାଁ ଭଗବତୀ” ବୋଟରୁ ଫେରୁଥିବା ବେଳେ ପବନର ବେଗ ଅଧିକ ଥିବାରୁ ସମୁଦ୍ରକୁ ଖସିପଡ଼ିଥିଲେ । ଫଳରେ ଏହି ଦୁର୍ଘଟଣାରେ ତାଙ୍କ ପ୍ରାଣ ଚାଲିଯାଇଛି ।  ମୃତକ ହେଲେ ଉଦଳାର ବୋଟ କର୍ମଚାରୀ ଲାଲମୋହନ ସିଂ ବୋଲି ଜଣାପଡ଼ିଛି ।

  • Tags: