Home > ସଂମ୍ପୂର୍ଣ୍ଣ ଖବର
ଓଡ଼ିଶାରେ ବୁଲବୁଲର ତାଣ୍ଡବ: ଧାମରାରେ ଘଣ୍ଟା ପ୍ରତି ୧୧୦ କିମି ବେଗରେ ବହୁଛି ପବନ, ଭାଙ୍ଗିଲା ଗଛ, ଘର ଓ ବିଦ୍ୟୁତ ଖୁଣ୍ଟି
Khabar Odisha:State-Odisha-Cyclone-Bulbul-Effect-in-Odisha
ଭୁବନେଶ୍ୱର, ନଭେମ୍ବର ୦୯(ଖବର ଓଡ଼ିଶା):

ଓଡ଼ିଶା ଉପକୂଳ ଦେଇ ଗତି କରୁଛି ଭୟଙ୍କର ବାତ୍ୟା ବୁଲବୁଲ । ଏହା ପ୍ର୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର. ଭଦ୍ରକ, ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା ପବନରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । 

ପାରାଦୀପଠାରୁ ୧୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ବୁଲବୁଲ ।  ଘଣ୍ଟାପ୍ରତି ୧୩ କିମି ବେଗରେ ଗତି କରୁଛି ବାତ୍ୟା ବୁଲବୁଲ । ଗତକାଲି ଠାରୁ ପାରାଦୀପ, ଭଦ୍ରକ ଜିଲ୍ଲା ଚାନ୍ଦବାଲି,ବାଲେଶ୍ୱର ଓ କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗୁକ ୮୦ରୁ ୯୦ କିମି ବେଗରେ ପବନ ବହୁଛି । ତେବେ ବତ୍ତର୍ତ୍ତମାନ ଧାମରାରେ ଘଣ୍ଟା ପ୍ରତି ୧୧୦ କିମି ବେଗରେ ପବନ ବହୁଛି । ଆଜି ଅପରାହ୍ନ ସୁଦ୍ଧା ବାଲେଶ୍ୱର, ଭଦ୍ରକରେ ବର୍ଷାର ପରିମାଣ ବଢିବ । ଅନେକ ସ୍ଥାନରେ ଗଛ ଉପୁଡିଛି ଫଳରେ ରାସ୍ତା ଅବରୋଧ ହୋଇଛି । ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି । ମୋବାଇଲ ଓ ଇଣ୍ଟରନେଟ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

 କେନ୍ଦ୍ରାପଡ଼ାର ଆଳି, ରାଜକନିକା ବ୍ଲକରେ ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିମି ରହିବା ସହ ପ୍ରବଳ ବର୍ଷା ହୋଇଛି । ନଦୀ ଉପକୂଳବର୍ତ୍ତୀ ଅଂଚଳରେ ବାତ୍ୟା ବୁଲବୁଲରେ ବର୍ଷା ଓ ପବନର ପ୍ରଭାବ ଅଧିକ ରହିଛି । ଲୋକମାନେ ଘରୁ ବାହାରିବା କଷ୍ଟକର ହୋଇପଡିଛି । ଜଗତସିଂହପୁରରେ ୩୫୦ ଲୋକ, ବାଲେଶ୍ୱରରେ ୩୧୧ ଲୋକ ଓ ଭୋଗରାଇରେ ୨୫ ପରିବାରକୁ ସ୍ଥାନାନ୍ତର କରାଯାଇଛି । 

ଅନ୍ୟପକ୍ଷରେ ପାରାଦୀପର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପ୍ରଶାସନ ତରଫରୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନ୍ତାନ୍ତର କରାଯାଉଛି । ଏନଡିଆରଏଫ ଓ ଡଡ୍ରାଫ ଟିମ ଦ୍ୱାରା ରାସ୍ତା ଉପରେ ଭାଙ୍ଗି ପଡ଼ିଥିବା ଗଛକୁ ମଧ୍ୟ କାଟି ସଫା କରାଯାଉଛି । ଆଉ ୮,୯ ଘଣ୍ଟା ଓଡ଼ିଶାରେ ବାତ୍ୟା ବୁଲବୁଲର ପ୍ରଭାବ ରହିବ ।

  • Tags: