Home > ସଂମ୍ପୂର୍ଣ୍ଣ ଖବର
DRDO କୁ ବଡ଼ ସଫଳତା, ହାଇପର ସୋନିକ ଟେକ୍ନୋଲଜି ଡେମନଷ୍ଟ୍ରେସନ ଭେହିକିଲର ସଫଳ ପରୀକ୍ଷଣ
Khabar Odisha:State-Odisha-DRDO-got-sucess-for-HSTD
ବାଲେଶ୍ୱର, ଜୁନ ୧୨ (ଖବର ଓଡ଼ିଶା):

ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ଆଉ ଏକ ସଫଳତା ମିଳିଛି । ବାଲେଶ୍ୱର ଆଇଟିଆର ଚାରି ନମ୍ବର ଲଞ୍ଚପ୍ୟାଡ଼ରୁ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ ହୋଇଛି ।

ବାଲେଶ୍ୱର ଆଇଟିଆର ଚାରି ନମ୍ବର ଲଞ୍ଚପ୍ୟାଡ଼ରୁ ହାଇପର ସୋନିକ ଟେକ୍ନୋଲଜି ଡେମନଷ୍ଟ୍ରେସନ ଭେହିକିଲର(ଏଚଏସଟିଡ଼ି)ର ଉତକ୍ଷେପଣ ସଫଳ ହୋଇଛି । ଭଦ୍ରକ ଧାମରେ କଲାମ ଦ୍ୱୀପରୁ ଏଚଏସଟିଡ଼ିର ପରୀକ୍ଷଣ ହୋଇଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ବା ଡିଆରଡ଼ିଓର ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ସକାଳ ୧୧ଟା ୨୨ରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ଯାହା ଦ୍ୱାରା ସୁପରସୋନିକ କ୍ଷେପଣାସ୍ତ୍ରର ପରୀକ୍ଷଣ ଓ ଉପଗ୍ରହ ପ୍ରେରଣ ହୋଇପାରିବ ।

୨୦୧୭ ମସିହାରେ ଦୁଇଥର ହାଇପର ସୋନିକ ଟେକ୍ନୋଲଜି ଡେମନଷ୍ଟ୍ରେସନ ଭେହିକିଲରସଫଳ ପରୀକ୍ଷଣ କରାଯାଇଥିଲା ।ଏହା ୨୦ସେକେଣ୍ଡ ମଧ୍ୟରେ ୩୨.୫ କିମି ଉଚ୍ଚ ଯାଏ ଯାଇପାରିବ । ଏହା ସହ ହାଇପର ସୋନିକ ଟେକ୍ନୋଲଜି ଡେମନଷ୍ଟ୍ରେସନ ଭେହିକିଲ ୭,୯୬୨ କିମି ବେଗରେ ଗତି କରିଥାଏ । 

  • Tags: