Home > ସଂମ୍ପୂର୍ଣ୍ଣ ଖବର
ରାଜ୍ୟ ବଜେଟ୍ ସଠିକ୍ ବିକାଶର ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁନାହିଁ : ଧର୍ମେନ୍ଦ୍ର ପ୍ରଧାନ
Khabar Odisha:State-Odisha-Dharmendra-Pradhan-View-for-Odisha-Budget
ଭୁବନେଶ୍ୱର, ଫେବୃୟାରୀ ୧୮ (ଖବର ଓଡ଼ିଶା):

ଅମାପ ଖଣିଜ ସମ୍ପଦ, ବିସ୍ତୃତ ବେଳାଭୂମି, ବିଶାଳ ଜଙ୍ଗଲ ସମ୍ପଦ ତଥା ପରିଶ୍ରମୀ ଓଡ଼ିଆ ରାଜ୍ୟର ମୂଳ ସମ୍ବଳ । ଓଡ଼ିଶାକୁ  କେବଳ ଦେଶର ନୁହେଁ ସମଗ୍ର ବିଶ୍ୱର ଆର୍ଥିକ ଦୃଷ୍ଟିରୁ ଅଗ୍ରଣୀ ଅଞ୍ଚଳ ଭାବରେ ଗଢି ତୋଳିବା ପାଇଁ ନୂଆ ଯୋଜନା, ନୂଆ କୌଶଳ ତଥା ନୂଆ ଆଭିମୁଖ୍ୟର ଆବଶ୍ୟକତା ରହିଛି । ୨୦୨୦-୨୧ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ସେପରି ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁନାହିଁ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଗ୍ରାମୀଣ ଭିତ୍ତିଭୂମିକୁ ମଜବୁତ୍ କରି କୃଷି, କୃଷି ପ୍ରକ୍ରିୟାକରଣ, ହସ୍ତ ଓ କୁଟୀର ଶିଳ୍ପ, ବୟନ ଶିଳ୍ପ ତଥା ଗ୍ରାମୀଣ ପର‌୍ୟ୍ୟଟନର ବିକାଶ ମାଧ୍ୟମରେ ଓଡ଼ିଶାର ଅର୍ଥନୀତିକୁ ମଜବୁତ୍ କରିବା ଜରୁରୀ । ମାତ୍ର ସାଧାରଣ ଲୋକଙ୍କ ପକେଟକୁ ରୋଜଗାରର ସୁବିଧା ପହଞ୍ଚାଇବା ପାଇଁ ଯେଉଁ ଉଦ୍ୟମ ଓ ଆଭିମୁଖ୍ୟର ଆବଶ୍ୟକତା ରହିଛି ରାଜ୍ୟ ସରକାରଙ୍କ ଦ୍ୱାରା ଆଗତ ୨୦୨୦-୨୧ ମସିହାର ବଜେଟ୍ ଆକଳନରେ ତାହା ଦେଖାଯାଉନାହିଁ ।

ମୋଦି ସରକାରଙ୍କର ପୂର୍ବଦୋୟର ବିକାଶ ପାଇଁ ପ୍ରାଥମିକତା, ଖଣି ନିଲାମୀ ମାମଲାରେ କେନ୍ଦ୍ର ସରକାରଙ୍କର ନୀତି ସୁଧାର କାରଣରୁ ରାଜ୍ୟକୁ ଲାଭ ଓ ଓଡିଶା ପାଇଁ ଅଧିକ ବ୍ୟୟବରାଦ ରାଜ୍ୟ ବଜେଟରେ ପ୍ରତିଫଳିତ ହୋଇଛି ।   

 ଏହି ବଜେଟ୍ ରାଜ୍ୟର ଗ୍ରାମାଞ୍ଚଳରେ ପୋଖରୀ ପୁନଃଉଦ୍ଧାର ଓ ମାଛ ଚାଷ ପାଇଁ ବ୍ୟୟବରାଦ କରିବା ଦ୍ୱାରା ଗ୍ରାମାଞ୍ଚଳରେ ଚାଷୀ ମାନଙ୍କର ବିକଳ୍ପ ରୋଜଗାର ବୃଦ୍ଧି ପାଇଁ ସହାୟକ ହୋଇପାରେ ବୋଲି ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

  • Tags: