Home > ସଂମ୍ପୂର୍ଣ୍ଣ ଖବର
ଝାରସୁଗୁଡ଼ାରୁ ଆଉ ୨ଟି ସହରକୁ ଉଡ଼ିବ ବିମାନ
Khabar Odisha:State-Odisha-Flight-services-to-2-more-cities-Kolkata--Bengaluru-from-Veer-Surendra-Sai-Airport-in-Jharsuguda-to-begin-soon
ଝାରସୁଗୁଡ଼ା, ସେପ୍ଟେମ୍ବର ୧୧(ଖବର ଓଡ଼ିଶା):

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଉ ୨ଟି ନୂଆ ସହରକୁ ବିମାନ ଉଡ଼ିବ । ଏନେଇ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦ ବୈଠକରେ ନିଷ୍ପତି ହୋଇଛି । ଏନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି । 

ଆଜି ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିମାନ ଚଳାଚଳ ନେଇ ଲୋକସେବା ଭବନରେ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ବୈଠକ ବସିଥିଲା । ଏହି ବୈଠକରେ ବିମାନବନ୍ଦରରୁ ଆଉ ୨ଟି ନୂଆ ସହର ତଥା କୋଲକାତା ଏବଂ ବାଙ୍ଗାଲୁରୁକୁ ବିମାନ ଉଡ଼ାଣ ପାଇଁ ନିଷ୍ପତି ହୋଇଛି । କିନ୍ତୁ କେବେ ଠାରୁ ଏବଂ କେଉଁ ସମୟରେ ଏହି ଦୁଇଟି ବିମାନ ଉଡ଼ାଣ ଭରିବ ସେ ନେଇ ତାରିଖ ଓ ସମୟ ନିଦ୍ଧାରଣ କରାଯାଇନାହିଁ । ପୂର୍ବରୁ ଝାରସୁଗୁଡ଼ାକୁ ୫ଟି ସହରରୁ ବିମାନ ଚଳାଚଳ କରୁଛି । ଏହି ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦ ବୈଠକରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, DGP, ଏୟାରପୋର୍ଟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । 

ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ଏହି ବୈଠକରେ ରାଉରକେଲା ଓ ଜୟପୁର ଏୟାରଷ୍ଟ୍ରିପ ରନୱେ ଚଉଡ଼ା କରିବା କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଛି । ଜୟପୁର ଏୟାରଷ୍ଟ୍ରିପ କାମ ପାଇଁ ୫୫କୋଟି ଟଙ୍କାର ଟେଣ୍ଟର ସରିଛି । ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇଛନ୍ତି ।

  • Tags: