Home > ସଂମ୍ପୂର୍ଣ୍ଣ ଖବର
୭୫ କେଜି ଗଞ୍ଜେଇ ଜବତ, ୩ଗିରଫ
Khabar Odisha:State-Odisha-Ganja-Seized-from-Koraput
କୋରାପୁଟ, ଜୁନ ୧୨(ଖବର ଓଡ଼ିଶା):

କୋରାପୁଟ ଜିଲ୍ଲା ଦିନକୁ ଦିନ ଗଞ୍ଜେଇ ଚାଲାଣକାରୀଙ୍କ ଆଡ୍ଡା ପାଲଟିଲାଣି । ପୁଣି କୋରାପୁଟରୁ ୭୫କେଜି ଗଞ୍ଜେଇ ଜବତ ହୋଇଛି ।

ବାରମ୍ବାର କୋରାପୁଟ ଜିଲ୍ଲାରୁ ଗଞ୍ଜେଇ ଜବତ କରାଯାଉଛି । ଆଜି ପୁଣି କୋରାପୁଟ ଜିଲ୍ଲା ପୋଲିସ କୁନ୍ଦୁରା ଅଂଚଳରୁ ଗଞ୍ଜେଇ ଚାଲାଣ ସମୟରେ ଚଢାଉ କରିଛି । ଫଳରେ ୭୫କେଜି ଗଞ୍ଜେଇ ଜବତ କରାଯାଇଛି । ପୋଲିସ ଏହି ଘଟଣାରେ ସମ୍ପୃକ୍ତ ତିନିଜଣଙ୍କୁ ଗିରଫ କରିଛି । ଏହା ସହ ଗଞ୍ଜେଇ ଚାଲାଣ କାର୍ଯ୍ୟରେ କେଉର୍ମାନେ ଲିପ୍ତ ଅଛନ୍ତି ସେମାନଙ୍କୁ ଖୋଜିବାକୁ ଚେଷ୍ଟା ଜାରି କରିଛି ।

ଉଲ୍ଲେଖଯୋଗ୍ୟ, ନିକଟରେ ଅନେକ ଥର କୁନ୍ଦୁରା ଅଂଚଳରେ ପୋଲିସ ଚଢାଉ କରି ପ୍ରାୟ ଏକ କୁଇଣ୍ଟାଲ ଜବତ କରି ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା ।

  • Tags: