Home > ସଂମ୍ପୂର୍ଣ୍ଣ ଖବର
ଓଡ଼ିଶାରେ ଆହୁରି ୨ଦିନ ଯାଏଁ ତାତିରୁ ମୁକ୍ତି ନାହିଁ , ହିଟୱେଭ ଜାରି
Khabar Odisha:State-Odisha-Heat-Wave-alert-for-Odisha
ଭୁବନେଶ୍ୱର, ଜୁନ୧୩(ଖବର ଓଡ଼ିଶା):

ଓଡ଼ିଶା ତତଲା କଡେଇରେ ଭାଜି ହେଉଛି । ତାତି ଅସହ୍ୟ ହେବା ସହ ଜାରି ରହିଛି ଗ୍ରୀଷ୍ମପ୍ରବାହ । ରାଜ୍ୟରେ ଆହୁରି ୪୮ ଘଣ୍ଟା ଯାଏଁ ତାତିରୁ ନିସ୍ତାର ନାହିଁ । ପାରଦର ସ୍ତର କମିବାର ନାଁ ନେଉଁନାହିଁ । ପଶ୍ଚିମ ଓଡ଼ିଶାରେ ଅଧିକ ଗରମ ହେତୁ ହିଟୱେଭ ଜାରି କରାଯାଇଛି । 

 ପ୍ରଚଣ୍ଡ ଖରା ଓ ଗରମ ସାଧାରଣ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ କରିଲାଣି ।  ଗୀଷ୍ମ ଶେଷ ହେବାକୁ ଥିଲେ ସୁଦ୍ଧା ଏଯାଏଁ ତାତି କମୁନାହିଁ । ଦିନ ୧୦ଟା ପରେ ଘରୁ ବାହାରିବା ମୁସକିଲ ହେଉଛି । ଖରା ସାଙ୍ଗକୁ ଗୁଳୁଗୁଳି କାରଣରୁ ଜୀବନଯାପନ ବାଧା ପାଉଛି । ଆରବସାଗରରେ ଘନୀଭୂତ ହୋଇଥିବା ବାତ୍ୟା ବାୟୁ ଯୋଗୁଁ ରାଜ୍ୟର ୁପକୂଳରେ ଆକାଶ ମେଘଚ୍ଛନ୍ନ ରହିବ । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗତକାଲି କାଳବୈଶାଖୀ ପ୍ରଭାବରୁ ରାଜ୍ୟର କେତେକସ୍ଥାନରେ ବର୍ଷା ହୋଇଛି । କେନ୍ଦୁଝରରେ ସର୍ବାଧିକ ୪୨.୮ ,ଭୁବନେଶ୍ୱରରେ ୩୪.୨ ମିମି ବର୍ଷା ରେକର୍ଡ଼ କରାଯାଇଥିବା  ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

  • Tags: