Home > ସଂମ୍ପୂର୍ଣ୍ଣ ଖବର
ରାୟଗଡ଼ାରୁ ଉଦ୍ଧାର ହେଲା ୧୫ଫୁଟର ଅହିରାଜ
Khabar Odisha:State-Odisha-King-cobra-rescued-from-Rayagada
ରାୟଗଡ଼ା, ଜୁନ ୧୨ (ଖବର ଓଡ଼ିଶା):

ରାୟଗଡ଼ାରୁ ବିରାଟ ଅହିରାଜ ଉଦ୍ଧାର ହୋଇଛି । ଯାହାର ଲମ୍ବା ୧୫ଫୁଟ ଓ ଓଜନ ୩୦କେଜି ହେବ । 

ଗତକାଲି ରାୟଗଡ଼ା ଜିଲ୍ଲା ହାଟ ସେସଖାଲ ଅଂଚଳର ଜଣଙ୍କ ଘରୁ ୧୫ଫୁଟ ଲମ୍ବାର ଏକ ବିରାଟ ଅହିରାଜ ଉଦ୍ଧାର ହୋଇଛି । ଜଣେ ବ୍ୟକ୍ତି ତାଙ୍କ ଘରେ ଅହିରାଜ ପଶିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇବା ପରେ ସ୍ନେକ ହେଲପ ଲାଇନ ସଦସ୍ୟ ଓ ବନ ବିଭାଗ ମିଶି ଅହିରାଜକୁ ଉଦ୍ଧାର କରି ସାପଟିକ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ଏହି ଉଦ୍ଧାର ହୋଇଥିବା କିଙ୍ଗ କୋବ୍ରାର ଓଜନ ୩୦କେଜି ହେବ ବୋଲି ଅନୁମାନ କରାଯାଉଛି । 

  • Tags: