Home > ସଂମ୍ପୂର୍ଣ୍ଣ ଖବର
ଲକ୍ ଡାଉନର ପ୍ରଭାବ ଜାରି, ରାସ୍ତାଘାଟ ସବୁ ଖାଁ ଖାଁ
Khabar Odisha:State-Odisha-Lock-down-Effect-on-Road
ଭୁବନେଶ୍ୱର, ମାର୍ଚ୍ଚ ୨୮ (ଖବର ଓଡ଼ିଶା):

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶ ୨୧ ଦିନିଆ ଲକ୍ ଡାଉନ୍ ହୋଇଛି । ଓଡ଼ିଶାରେ ମଧ୍ୟ ଲକ୍ ଡାଉନ୍ ପ୍ରଭାବ ଜାରି ରହିଛି । ଏହା ପ୍ରଭାବରେ ରାଜ୍ୟର ରାସ୍ତାଘାଟ ଶୂନଶାନ ହୋଇଯାଇଛି ।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । କରୋନା ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ୨୧ ଦିନିଆ ଲକ୍ ଡାଉନ କରିଛନ୍ତି । ଏଥିରେ ଓଡ଼ିଶା ମଧ୍ୟ ସାମିଲ ହୋଇ କରୋନା ଭାଇରସକୁ ମାତ ଦେବା ପାଇଁ ଆଗେଇଛି । ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳର ଲୋକେ ଏଥିରେ ସାମିଲ ହୋଇ ବାହାରକୁ ନ ବାହାରି ଘରେ ରହିଛନ୍ତି। ସେହିପରି ରାଜ୍ୟର ସମସ୍ତ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିଛି । ଲକ୍ ଡାଉନର ପ୍ରଥମ ୨ ଦିନ କିଛି ଲୋକ ଘରୁ ବିନା କାରଣରେ ବାହାରିଥିଲେ । ଏହା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ତେବେ ଆଜି ସାରା ରାଜ୍ୟର ରାସ୍ତାଘାଟ, ଦୋକାନବଜାର, ବସ୍‌ଷ୍ଟାଣ୍ଡ ଓ ରେଳ ଷ୍ଟେସନ ଗୁଡ଼ିକରେ ଏକ ପ୍ରକାର ଖାଁ ଖାଁ ଲାଗୁଛି । ଲକ୍ ଡାଉନରୁ ସ୍ୱାସ୍ଥ୍ୟସେବା, ପୋଲିସ, ଟେଲିଭିଜନ, ପ୍ରଶାସନିକ କାର୍ଯ୍ୟାଳୟ ଆଦି ଜରୁରୀ ସେବାକୁ ବାଦ୍ ଦିଆଯାଇଛି।
 

  • Tags: