Home > ସଂମ୍ପୂର୍ଣ୍ଣ ଖବର
ମାଛଧରାକୁ କେନ୍ଦ୍ର କରି ବୃଦ୍ଧାଙ୍କୁ ହତ୍ୟା
Khabar Odisha:State-Odisha-Murder-while-fights-between-two-groups
ଅନୁଗୁଳ, ଜୁନ ୧୨(ଖବର ଓଡ଼ିଶା):

ଅନୁଗୁଳରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମସଭାରେ ମାଛଧରାକୁ କେନ୍ଦ୍ର କରି ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି । ଏଥିରେ ପୋଲିସ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନାନୁସାରେ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୁହାରପଶି ଗାଁରେ ଗ୍ରାମସଭା ବସିଥିଲା  ସେଠାରେ ମାଛ ଧରାକୁ କେନ୍ଦ୍ର କରି ଯୁକ୍ତିତର୍କ ହୋଇଥିଲା । ଏହାପରେ ସଂଘବନ୍ଧ ଭାବେ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରାଯାଇଛି । ବଦ୍ଧ ଗୁରୁତର ହୋଇପଡ଼ିବାରୁ ତାଙ୍କ ଡ଼ାକ୍ତରଥାନାରେ ଭର୍ତ୍ତି କରାଯାଇଥିଲା । ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଛେଣ୍ଡିପଦା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଚାରିଜଣକ ଅଟକ ରଖିଛି । ସେମାନଙ୍କୁ ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି । 

  • Tags: