Home > ସଂମ୍ପୂର୍ଣ୍ଣ ଖବର
କିନ୍ନରଙ୍କୁ ଗୁରୁଦାୟିତ୍ୱ , ସରକାରୀ ଯୋଜନାକୁ ପହଂଚାଇବେ ସାଧାରଣ ଲୋକଙ୍କ ପାଖରେ
Khabar Odisha:State-Odisha-New-work-for-Third-Genders
ଯାଜପୁର, ଫେବୃଆରୀ ୧୪ (ଖବର ଓଡ଼ିଶା):

ଯାଜପୁର ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ । ସମାଜରେ ତୃତୀୟ ଲିଙ୍ଗୀ ଭାବେ ପରିଚିତ କିନ୍ନର ମାନଙ୍କୁ ମିଳିଛି ଗୁରୁଦାୟିତ୍ୱ । ଲୋକଙ୍କ ପାଖରେ ପହଂଚାଇବେ ସରକାରୀ ଯୋଜନା । 

ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପରିବର୍ତନ ବାହିନୀ ନାମକ ଏକ ସଂଗଠନ ଗଠନ କରିଛନ୍ତି । ଏହି ସଂଗଠନ କରି ସାରା ଜିଲ୍ଲା ତଥା ସାରା ରାଜ୍ୟରେ ନିଜର ସ୍ୱତନ୍ତ୍ର ଏକ ପରିଚୟ ସୃଷ୍ଟି କରିଛନ୍ତି । ଯାଜପୁରରେ ବାସ କରୁଥିବା କିନ୍ନର ମାନଙ୍କ ସହ ଆଲୋଚନା କରି ଏହି ପରିବର୍ତନ ବାହିନୀ ଗଠନ କରି ଜିଲ୍ଲାରେ ବିଭିନ୍ନ ସରକାରୀ ଯୋଜନାମାନ କିପରି ସାଧାରଣ ଲୋକଙ୍କ ପାଖରେ ପହଂଚାଇବାକୁ ଚେଷ୍ଟା କରିଛନ୍ତି । ସମସ୍ତ ସରକାରୀ ଯୋଜନା ସାଧାରଣ ଲୋକଙ୍କ କାର୍ଯ୍ୟରେ ଆସିବା ସହ ବିଭିନ୍ନ ଆବାସ ଯୋଜନାରେ କିପରି ହିତାଧିକାରୀମାନେ ସମୟ ସୀମା ମଧ୍ୟରେ ଗୃହ ନିର୍ମାଣ କରିବେ ସେଥି ନିମନ୍ତେ ଏହି ବାହିନୀ ଗଠନ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । 

ଅନେକ ଉନ୍ନତ ମୂଳକ କାର୍ଯ୍ୟରେ ପରିବର୍ତନ ବାହିନୀ ନାମକ ସଂଗଠନ ଓ କିନ୍ନର ମାନଙ୍କୁ ସାମିଲ କରାଯାଇ ମୁଖ୍ୟ ସ୍ରୋତରେ ସମସ୍ତଙ୍କ ସହ ସମାନ ହେବାର ପରିଚୟ ମଧ୍ୟ ଦିଆଯିବ । ଏହି ପରିପ୍ରେକ୍ଷୀରେ ଜିଲ୍ଲା କିନ୍ନର ସମାଜର ସଭାପତି କାଜଲ ନାୟକ ଏହା ଏକ ସ୍ୱାଗତ ପଦକ୍ଷପ କହିବା ସହ ଲଭଲୀ ସାହୁ ସମାଜର ପରିବର୍ତ୍ତନରେ ଆମେ ଆଉ ଏକ ପାଦ ହେବୁ ବୋଲି କହିଛନ୍ତି ।

  • Tags: