Home > ସଂମ୍ପୂର୍ଣ୍ଣ ଖବର
ପ୍ରଶ୍ନକାଳରେ ଉଠିଲା ମଶାଣି ଜମି କଥା, ମାଡ଼ି ବସିଛନ୍ତି ଶାସକ ଦଳ ନେତା
Khabar Odisha:State-Odisha-Odisha-Assembly-meeting-Question-about-Graveyard-place
ଭୁବନେଶ୍ୱର, ନଭେମ୍ବର ୧୫(ଖବର ଓଡ଼ିଶା):

ଆଜି ବଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀ ପତି ଓ ସୁର ରାଉତରାୟଙ୍କ ପ୍ରଶ୍ନର ସବିଶେଷ ତଥ୍ୟ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା । 

କୋରାପୁଟ, ମୟୂରଭଞ୍ଜ, ପାରଳାଖେମୁଣ୍ଡି, କଳାହାଣ୍ଡି, ଫୁଲବାଣୀର ସେଡ୍ୟୁଲ ଅଂଚଳରେ ସ୍ୱତନ୍ତ୍ର ଭାବେ ଅନୁଧ୍ୟାନ କରି ପଡ଼ା ଗାଁକୁ ମୁଖ୍ୟ ଗାଁ ଭାବେ ଘୋଷଣା କରିବେ କି? ମଶାଣି ଯେଉଁ ଗାଁରେ ନାହିଁ, ମଶାଣି ପାଇଁ ଥିବା ଜାଗା ବା ଯାହା ସରକାରୀ ଜମିକୁ ବିଜୁ ଜନତା ଦଳର ନେତା ମାଡ଼ି ବସିଛନ୍ତି । ସେହି ଜମି ଗୁଡ଼ିକୁ ମଶାଣି କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦିଆଯିବ କି ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀ ପତି । ଏହାର ଉତ୍ତର ରଖିଛନ୍ତି ଏସସିଏସଟି ମନ୍ତ୍ରୀ ଜଗନ୍ନାଥ ସାରକା ଭିତ୍ତିଭୂମି ସମୀକ୍ଷା କରାଯାଇ ନିଷ୍ପତି ନିଆଯିବ । 

ଏହା ସହ ଭୁବନେଶ୍ୱର ଚାରିପାଖରେ ଥିବା ଆଦିବାସୀ ଗାଁରେ ମଧ୍ୟ ଗ୍ରାମବାସୀଙ୍କ ପରିସ୍ଥିତି ଠିକ ନଥିବାରୁ ତାଙ୍କ ସୁବିଧା ସରକାର କରିବେ କି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରଶ୍ନ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ସେହି ସବୁ ଗାଁକୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଜଗନ୍ନାଥ ସାରକା ଉତ୍ତର ଦେଇଛନ୍ତି ।

  • Tags: